ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସଦର ତରିକୁନ୍ଦ ଅଞ୍ଚଳ ବୁଣାସାହି ପଡା ହରିଜନ ସାହି ର କରୁଣ ବାସ୍ତବ ଚିତ୍ର ।ତରିକୁନ୍ଦ ପଞ୍ଚାୟତ ର ବୁଣା ସାହିରେ ଦିର୍ଘ ୫୦୦ବର୍ଷ ରୁ ଉର୍ଦ୍ଧ ହେବ ରହି ଆସୁଛନ୍ତି ୧୦ ରୁ ୨୦ ହରିଜନ ଦଳିତ ପରିବାର । ହେଲେ ସେ ଗ୍ରାମରେ ଆଜି ପର୍ଯ୍ୟନ୍ତ ନା ବିଜୁଳି ଅଛି ନା ପିଇବାକୁ ପାନୀୟ ଜଳ ନା ଗମନାଗମନ ପାଇଁ ଭଲ ରାସ୍ତା ଖଣ୍ଡେ । ଏଭଳି ସ୍ତରରେ ବର୍ଷାଦିନେ ରାସ୍ତା ପାଇଁ ଗାଁର ପିଲାଙ୍କ ପାଠପଢା ଠପ୍ | ଅନ୍ୟପଟେ ରୋଗିଟିଏ ପଡ଼ିଲେ କଞ୍ଚା କାଦୁଅ ରାସ୍ତାରେ ଟେକି ଟେକି ନିଆଯାଉଛି । ଦେଶ ଦୀର୍ଘ ୭୮ ବର୍ଷ ହେବ ସ୍ୱାଧୀନ ହୋଇସାରିଛି । ହେଲେ ତରିକୁନ୍ଦ ବୁଣା ସାହି ବାସିନ୍ଦା ଆଜି ପର୍ଯ୍ୟନ୍ତ ସ୍ୱାଧୀନତା କଣ ଜାଣିନାହାନ୍ତି । ଅନ୍ୟପକ୍ଷରେ ଦୀର୍ଘ ୨୫ ବର୍ଷ ଚାଲିଥିଲା ବିଜେଡି ଶାସନ । ହେଲେ ବିଜେଡି ର କୁଜି ନେତା ଠାରୁ ରାଜ ନେତା ପର୍ଯ୍ୟନ୍ତ ନିର୍ବାଚନ ସମୟରେ ମନେ ପଡେ ତରିକୁନ୍ଦ ବୁଣା ସାହି ହରିଜନ ଦଳିତ ଲୋକଙ୍କ କଥା। ନିର୍ବାଚନ ବେଳେ ପୁଳାପୁଳା ପ୍ରତିଶୃତି ଦେଇ ପରେ କରନ୍ତି ପ୍ରତାରଣା ଯାହା ର ବାସ୍ତବ ଭରା କରୁଣ ଚିତ୍ର ଏବେ ଦେଖିବାକୁ ମିଳୁଛି । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ହେଲେ ବିଜେଡିର ଏକଛତ୍ରବାଦ ଶାସନ ଆଗରେ ମୂଲ୍ୟହୀନ ହୋଇଯାଇଥିଲା ଗ୍ରାମବାସୀ ଙ୍କ ଅଭିଯୋଗ। ଏବେବି ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ହିଁ ନିର୍ବାଚିତ ହୋଇଛନ୍ତି | ତେଣୁ ଲୋକଙ୍କ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ସରକାର ବଦଳିବା ପରେ ଗ୍ରାମବାସୀ ଜଗତସିଂହପୁର ଜିଲାପାଳ ଜେ ସୋନାଲ ଙ୍କୁ ନିଜ ସମସ୍ୟା ବିଷୟରେ ଜଣାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ଜିଲାପାଳ ହରିଜନ ଦଳିତ ଲୋକଙ୍କ କରୁଣ ଭରା ଦୁଃଖ ଶୁଣି କେବେ ଆଉ କେଉଁ ପଦକ୍ଷେପ ନେଉଛନ୍ତି |
86