129

ଯାଇଥିଲେ ସୁଭଦ୍ରା ଫର୍ମ ନେଇ, ଫେରିଲେ ଶବ ହୋଇ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁ ରେ ଘଟିଯାଇଛି ଏକ ହୃଦୟ ଥରାଇ ଦେବା ଭଳି ଘଟଣା। ସୂଚନା ଅନୁସାରେ ଚାନ୍ଦପୁର ଗ୍ରାମର ସସ୍ମିତା ଭୋଇଙ୍କ ସ୍ୱାମୀ ସୁଭଦ୍ରା ଯୋଜନାରେ ଫର୍ମ ଦେବା ପାଇଁ ମୋ ସେବା କେନ୍ଦ୍ରକୁ ଯାଇଥିବା ବେଳେ ଅନେକ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ସସ୍ମିତା ଫୋନ କରିବାରୁ ଫୋନ ସୁଇଚ ଅଫ ଦେଖାଇ ଥିଲା। କିଛି ସମୟ ପରେ ଉକ୍ତ ଗ୍ରାମର ଦିଲ୍ଲିପ ଭୋଇ ଓ ତାର ମା ଦୁହେଁ ସସ୍ମିତା ଭୋଇ ଙ୍କୁ “ତୋ ସ୍ୱାମୀ ମୋ ମୋବାଇଲ ଭାଙ୍ଗିଚି” ବୋଲି କହି ଘର ଆଗରେ ଗାଳିଗୁଲଜ କରିବା ସହିତ ସସ୍ମିତା କୁ ଧକ୍କା ମାରି ଘରେ ଦିଲୀପକୁ ଖୋଜିଥିଲେ, ନ ପାଇବାରୁ ଚାଲିଯାଇଥିଲେ । ସେହି ସମୟ ଠାରୁ ସସ୍ମିତା ଓ ପରିବାର ଲୋକ ବିଭିନ୍ନ ସ୍ଥାନରେ ଦିଲୀପ ଖୋଜାଖୋଜି କରିବା ବେଳେ ଜାଣିବାକୁ ପାଇଥିଲେ ଦିପକ ଓ ଦିଲିପ ଭୋଇ ଦୁଇଜଣ ଏକାଠି ମଦ ପିଇକି ଘରକୁ ଫେରିଥିବା ଘଟଣା। ଦିଲ୍ଲିପ ଗାଁ ମୁଣ୍ଡରେ ଥିବା ସାଖା କେନାଲ ପୋଲ ପାଖରେ ଖାଲି ବସୁଛି ଓ ଘରକୁ ଆସୁଛି । ଠିକ ଦିଲ୍ଲିପ ବସୁଥିବା ସାଖା କେନାଲ ପୋଲ ତଳୁ । ଭାସମାନ ହେଲା ଦିପକର ସବ ।ଜାହାକୁ ଦେଖି ସସ୍ମିତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଓ ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସସ୍ମିତା ନିକଟସ୍ଥ ବିରିଡ଼ି ଥାନାରେ ଦିଲ୍ଲିପ ଭୋଇ ମୋ ସ୍ୱାମୀ ଦିପକ ଭୋଇ କୁ ମାରିଦେଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ବିରିଡ଼ି ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ପରେ ଦିଲ୍ଲିପ ଭୋଇ କୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ପରେ ଦିପକ ଭୋଇ ଙ୍କ ମୃତଦେହ ଜବତ କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସବ୍ ଭର୍ତ୍ତି କରାଯାଇଥିବା ସୁଚନା ମିଳିଛି। ତେବେ ଦେଖିବାର ଅଛି ବିରିଡ଼ି ପୋଲିସ କେବେ ଓ କିଭଳି ସସ୍ମିତା ଭୋଇ ଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି |

Spread the love