161

୪୦୭ ରେ ଭର୍ତି ହେଇଥିଲା ଗୋ ମାଂସ, ମାଡି ବସିଲା ପୋଲିସ

ଜଗତସିଂହପୁର: ଜଗତସିଂହପୁର ରୁ କଲିକତା ଚାଲାଣ ହେଉଥିବା ଗୋ ମାଂସ ଗାଡ଼ି ଜବତ କରିଛି ସଦର ପୋଲିସ। ଆଜି ରାତି ପ୍ରାୟ ଏଗାରଟା ସୁଦ୍ଧା ନୂଆପୋଲ ନିକଟରୁ ୪୦୭ ଟ୍ରକ ଭର୍ତ୍ତି ଗୋ ମାଂସ ଗାଡ଼ି ଜବତ ହୋଇଛି । ଗାଡ଼ିଟି କଲିକତା ର ହୋଇଥିବା ସୂଚନା ମିଳିଛି । ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ସଦର ପୋଲିସ। ତେବେ ଏତେ ପରିମାଣର ଗୋ ମାଂସ କେଉଁ ସ୍ଥାନରୁ ଆସିଲା ଘଟଣାର ତଦନ୍ତ କରୁଛି ପୋଲିସ। ବିଳମ୍ବିତ ରାତିରେ ମାଫିଆ ମାନେ ସକ୍ରିୟ ରହି ଗୋ ମାଂସ ଚାଲାଣ କରୁଥିବା ଖବର ବିଷେସ ସୁତ୍ରରୁ ଜଗତସିଂହପୁର ଥାନା ଅଧକାରୀ ଗୋକୁଳ ରଞ୍ଜନ ଦାସ ପାଇବା ପରେ ତରିକୁନ୍ଦ ନୁଆପୋଲ ନୁଆଦା ଛକ ନିକଟରେ ଛକି ରହିବାକୁ ନିର୍ଦ୍ଧେଶ ଦେବା ପରେ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ଛଞ୍ଚାଣ ପରି ଛକି ବସିଥିବାବେଳେ WB 41E 4682 ନମ୍ବର ଥିବା ୪୦୭ ଗାଡ଼ିରେ ଗୋ ମାଂସ ଆସୁଥିବା ର ସୂଚନା ପାଇ ପୂର୍ବ ମୁତାବକ ନୂଆପୋଲ ଛକ ନିକଟରେ ଲୁଚି ରହିଥିବା ପୋଲିସ ଅଚାନକ ଚଢ଼ାଉ କରିଥିଲେ । ଗୋ ମାଂସ ବୋଝେଇ ଟ୍ରକ୍ ତୁରନ୍ତ ଜବତ କରି ଜଗତସିଂହପୁର ଥାନା ରେ ବର୍ତମାନ ଗାଡ଼ି ସହିତ ଡ୍ରାଇଭର କୁ ମଧ୍ୟ ଅଟକ ରଖି ତଦନ୍ତ ଚାଲିଛି । ଏତେ ସଂଖ୍ୟାରେ ଗୋ ମାଂସ ଜଗତସିଂହପୁର ଜିଲ୍ଲାରୁ କେଉଁଠାରୁ ନିଆଯାଉଥିଲା ତାହାର ତଦନ୍ତ ଜଗତସିଂହପୁର ଥାନାଧିକାରୀ କରୁଥିବା ଜଣାପଡିଛି |

Spread the love