ଜଗତସିଂହପୁର – ରାଜ୍ୟରେ ଲାଗିଛି ସୁଭଦ୍ରା ମେଳା | ଯୋଜନାର ପସରା ମେଲେଇଛି ବିଜେପି | ସାରା ରାଜ୍ୟରେ ବୁଲୁଚି ସୁଭଦ୍ରା ରଥ | ବିଜେପିର ଏ ଯୋଜନା ଯାତ୍ରାରେ ଖୁବ ଚମତ୍କାର ପିଟା ବାଡ଼ା ର ଦୃଶ୍ୟ ସାମ୍ନା କୁ ଆସୁଛି | କୋଉଠି ଲମ୍ବା ଲାଇନ ତୋ ଆଉ କୋଉଠି ହାତାହାତୀ ପରିସ୍ଥିତି| ସେହିପରି ଜଗତସିଂହପୁର ଜିଲ୍ଲା ସଅଁର ଗ୍ରାମ ର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ରେ ଥିବା ମୋ ସେବା କେନ୍ଦ୍ର ଖୋଲାଯାଇଛି l ଜନ ସାଧାରଣ ମାନଙ୍କ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେଇଥାଏ ମୋ ସେବା କେନ୍ଦ୍ର l ଏହି ସେବା କେନ୍ଦ୍ର ମାଲିକ ବିଶ୍ୱନାଥ ସ୍ୱାଇଁ ଦୀର୍ଘ ୨ ତାରିଖରୁ ଏ ପର୍ଯ୍ୟନ୍ତ ସବୁଦିନ କାର୍ଯ୍ୟ କରିଆସୁଛନ୍ତି l କିନ୍ତୁ ଆଜି ଦୁଇଜଣ ଆସି ଶୁଭଦ୍ରା ଯୋଜନା କଥା ପଚାରି ଅଭଦ୍ର ଭାଷାରେ ଶୋଦା ଶୋଦୀ କରି ନିର୍ଘାତୀୟ ମାଡ଼ ମାରିଥିବାର ନେଇ ଅଭିଯୋଗ କରିଛନ୍ତି ବିଶ୍ୱନାଥ ସ୍ୱାଇଁ ଯଦି ନିଜ ପଞ୍ଚାୟତ ରେ ମୁଁ କାର୍ଯ୍ୟ କରି ସୁରକ୍ଷିତ ନୁହେଁ ଅନ୍ୟମାନେ ଅନ୍ୟ ସ୍ଥାନରେ କାର୍ଯ୍ୟ କରୁଛନ୍ତି ସେମାନେ କେମିତି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱନାଥ l ଏବଂ ପ୍ରଶାସନ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି ସେ ଦୁଇଜଣ ଙ୍କ ଉପରେ ଦୃଡ କାର୍ଯ୍ୟାନୁଷ୍ଠାନ ନିଆଯାଉ l
148