ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ରୋକିବାକୁ ନୂଆ ଯୋଜନା ଆରମ୍ଭ କରିବେ ମୋହନ ସରକାର | ଚଳିତ ବର୍ଷରୁ ରାଜ୍ୟରେ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା । ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଛାତ୍ରଛାତ୍ରୀ । ଅଷ୍ଟମରୁ ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ।