73

ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୬ ନକ୍ସଲ

ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ୬ ଜଣ ନକ୍ସଲ | ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ ମାଓବାଦୀ ସଂଗଠନର ଲଛନାଙ୍କ ନେତୃତ୍ୱରେ କ୍ୟାମ୍ପ କରି ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ୍। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଥିବାବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ ।

Spread the love