162

ଭିନ୍ନକ୍ଷମଙ୍କ ହାତ ଧରିଲେ ଆଦିବାସୀ ଝିଅ

ଜଗତସିଂହପୁର: ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁର ଗ୍ରାମପଞ୍ଚାୟତର ବଳେଇପୁର ଗ୍ରାମର କାଳନ୍ଦୀ ସ୍ୱାଇଁଙ୍କ ପରିବାରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା। କାଳନ୍ଦିଙ୍କ ପରିବାର କହିଲେ ବାପା, ମା ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଝିଅଟିର ବିବାହ ହୋଇ ସାରିଛି | ମାତ୍ର ପୁଅଟି ୭୫% ଭିନ୍ନକ୍ଷମ ହେଇଥିବା ବେଳେ ସେ ଜନ୍ମରୁ ମୁକ ଏବଂ ସରକାରଙ୍କ ହ୍ୟାଣ୍ଡିକ୍ୟାପଟ୍ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ ହେଇ ସାମିକ ଭତ୍ତା ପାଉଛନ୍ତି । ତେଣୁ ବଢିଲା ପୁଅକୁ ବିବାହ କରିବା ପାଇଁ ଦିନ ମଜୁରିଆ ବାପା ପାଖରେ କିଛି ବି ପ୍ରସ୍ତାବ ଆସୁନଥାଏ । ଏଭଳି ପରିସ୍ଥିତି ଯେ କିଛି ଉପାୟ ମଧ୍ୟ ନଥାଏ। କଥାରେ ଅଛି ଭଗବାନ ଯାହାକୁ ସହାୟ ହେବେ ସେଠି ମଣିଷ ବା କଣ କରିପାରିବ।

ହଁ ଆଜ୍ଞା ଏଇ କିଛିଦିନ ହେବ ରସଗଡାପୁରର ମନୋଜ ମଲ୍ଲ କାମ କରେଇବା ପାଇଁ କେନ୍ଦୁଝର ଜିଲ୍ଲାରୁ ଆଦିବାସୀ ଶ୍ରେଣୀର କିଛି ଲୋକମାନଙ୍କୁ ଦିନ ମଜୁରିଆ ଭାବେ କାର୍ଯ୍ୟକରିବା ପାଇଁ ଆଣିଥିଲେ । କାମ କରିବା ଭିତରେ ଅଭାବୀ ଝିଅ ମେନକାଙ୍କ ସହ ଦେଖା ହୁଏ ସମାଜ ସେବୀ ତଥା ମା’ ସାହାଡେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସମ୍ଫାଦକ କୁମରବର ନାୟକଙ୍କ ସହିତ । ସେ ତାଙ୍କ କରୁଣମୟ କାହାଣୀ ସବୁ ଶୁଣିଲା ପରେ ଅଭାବ ଅନାଟନରେ ପଡି ମଜୁରିଆ ଭାବେ କାର୍ଯ୍ୟ କରିବା ପାଇଁ କେନ୍ଦୁଝର ରୁ ବଳେଇପୁର ତାଙ୍କ ଭଉଣୀ ଭିଣେଇ ସହିତ ଆସିଥିଲେ ମେନକା | ମେନକାର ପରିବାରରେ ପାଞ୍ଚ ଭଉଣି ଥିବା ବେଳେ ଭାଇ ନାହିଁ | ବାପା ଅନ୍ଧ, ମା ରୋଗ ଯନ୍ତ୍ରଣାରେ ପଡି ଆରପାରିକୁ ଚାଲିଯାଇଛନ୍ତି ଏପରି ସ୍ଥିତି ଦେଖି ସାନ ଝିଅ ନେନକ ଅଭାବ ଶହି ନପାରି କାମ କରିବା ପାଇଁ ଧାଇଁ ଆସିଥିଲେ | ବିବାହ ପାଇଁ ବୟସ ହେଇଥିଲେ ମଧ୍ୟ ଅଭାବ ଅନାଟନ ଭିତରେ ସେ କାହାକୁ ବା ବିବାହ କରିବ କେମିତି ବଞ୍ଚିରହିବ ସେ କଥା କହିବା ଭିତରେ ସମାଜସେବୀ କୁମରବର ନାୟକ ରସଗଡାପୁରର ମନୋଜ ମଲ୍ଲଙ୍କ ସହିତ କଥାବାର୍ତ୍ତା କରି ମେନେକାଙ୍କ ଭଉଣୀ ଭିଣେଇ ସହ ଯୋଗାଯୋଗ କରି ବଳେଇପୁର ଗ୍ରାମର କାଳନ୍ଦୀ ସ୍ୱାଇଁଙ୍କ ପୁତ୍ର କାର୍ତ୍ତିକ ସ୍ୱାଇଁ ସହିତ ବିବାହ ପ୍ରସ୍ତାବ ଦେଇଥିଲେ |

କାର୍ତ୍ତିକ ଜନ୍ମରୁ କଥା କହିପାରେନା, ତାଙ୍କ ପିତା ସେଥିପାଇଁ ଚିନ୍ତିତ ଅବସ୍ଥାରେ ରହୁଥିଲେ ଏବଂ ଏପରି ଏକ ପ୍ରସ୍ତାବ ପାଇ ପୁଅର ବିବାହ ପାଇଁ ନିଷ୍ଣତ୍ତି ନେଇଥିଲେ କାଳନ୍ଦୀ | କେନ୍ଦୁଝର ଜିଲ୍ଲା ଅଧିନ ହରିଚନ୍ଦନପୁର ବ୍ଲକର ହରିଚନ୍ଦନପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତର ଚକ୍ରଧରପୁର ଗାଁର ଦାସ କିଶାନଙ୍କ ଝିଅ ମେନେକା କିଶାନଙ୍କୁ ଶୁକ୍ରବାର ଦିନ ବଳେଇପୁର ଗ୍ରାମର ମା, ସାହାଡେଇଙ୍କ ମନ୍ଦିରରେ ସମ୍ପୂର୍ଣ୍ଣ ବୈଦେହୀକ ରିତିନିତୀରେ ବିବାହ କଲେ କାଳନ୍ଦିଙ୍କ ମୁକ ପୁଅ କାର୍ତିକ ସ୍ୱାଇଁ । ବିବାହଘର ତିଥି ନଥିଲେ ମଧ୍ୟ ମା ,ସାହାଡେଇଙ୍କ ମନ୍ଦିରରେ ସମ୍ପୂର୍ଣ୍ଣ ବୈଦେହୀକ ରିତିନିତି ପରମ୍ପରା ଅନୁଯାୟୀ ପୁଅ କାର୍ତ୍ତିକ ସହିତ ମେନକାଙ୍କ ହାତ ଗଣ୍ଠି ପଡିଥିଲା ଏବଂ ସାତ କଳସ ଆଠ ଦିପକୁ ସାଖି ରଖି କାର୍ତ୍ତିକ ଓ ମେନକା ବେଦି ଚାରିପଟେ ବୁଲି ଥିଲେ ଏବଂ ମା ସାହାଡେଇ ଙ୍କୁ ସାଖି ରଖି କାର୍ତ୍ତିକ ମେନକାଙ୍କ ମଥାରେ ସିନ୍ଦୁର ଦେଇ ଜନ୍ମ ଜନ୍ମର ସାଥୀ କରିଥିଲେ |

ଏହି ବିବାହଘରରେ ବଳେଇପୁର ସରପଞ୍ଚ ସୁଷମା ସ୍ୱାଇଁ ମଧ୍ୟ ଉଭୟ ବିବାହଘର ପାଇଁ ଶ୍ରୀକୃତି ପ୍ରଦାନ କରିବା ସହିତ ବିବାହ ଘରେ ଯୋଗଦେଇ ଉଭୟ ବର କନ୍ୟାକୁ ଆଶ୍ରୀବାଦ କରିଥିଲେ ଏବଂ ଏସସି,ଏସଟି ଆଦିବାସୀ ଯୁବତୀଙ୍କ ପାଇଁ ସରକାର କିଛି ଅନୁଦାନ କରିବା ପାଇଁ ଦାବି କରିଛନ୍ତି। ବିବାହ ଜନିତ ଖର୍ଚ୍ଚ ଦେବା ପାଇଁ ଆଦିବାସୀ କନ୍ୟା ମେନକା କିଶା୍ନ ଓ ସମାଜସେବୀ କୁମରବର ନାୟକ ,ମନୋଜ ମଲ୍ଲଙ୍କ ସମେତ ବଳେଇପୁରୁ ଗ୍ରାମର ମୁରବୀ ମାନେ ସରକାରଙ୍କୁ ନିବେଦନ କରିବା ସହିତ ସହାୟତା ପ୍ରଦାନ କଲେ ଉଭୟଙ୍କ ବୈବାହିକ ଜୀବନ ସୁରୁଖୁରୁରେ ବିତିବ ବେଲି କହିଛନ୍ତି।

Spread the love