35

ବିପଦ ପୂର୍ଣ୍ଣ ଭାବରେ ଡାଲା ଅଟୋରେ ଯାତ୍ରା କରୁଛନ୍ତି ପ୍ୟାରେଡ କ୍ୟାଡେଟ। ଖୁଲମ ଖୁଲା ନିୟମକୁ କରିଲେ ଉଲଘ୍ନ!

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୀରି ଷ୍ଟାଡିୟମ ସ୍ୱାଧୀନତା ଦିବସ ରେ ପ୍ୟାରେଟ କରିବା ପାଇଁ ଅଖପାଖ ରେ ଥିବା ସ୍କୁଲ, କଲେଜ, ଏବଂ ପୋଲିସ ଷ୍ଟାପ ମାନେ ଉପସ୍ଥିତ ରହିଥାନ୍ତି l ପ୍ରାୟ ତୋ ସମସ୍ତେ ନିଜ ନିଜ ସ୍କୁଲ ରୁ ସ୍କୁଲ ବସ ଓ କୌଣସି ଗାଡି ସାହାଯ୍ୟ ରେ ଆସିଥାନ୍ତି କିନ୍ତୁ ଗୋଟିଏ ସ୍କୁଲ ପିଲାମାନେ କେମିତି ବେଖାତିର ହୋଇ ସ୍କୁଲ ଶିକ୍ଷକ ଛାତ୍ର ମାନଙ୍କୁ ଡାଲା ଗାଡି ରେ ନିୟମ କୁ ଉଲଘ୍ନ କରୁଛନ୍ତି ସ୍କୁଲ ଶିକ୍ଷକ। ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲାର ଆଜି ସକାଳ ସମୟରେ ଜିଲ୍ଲାରେ ସ୍ଵାଧୀନତା ଦିବସ ପାଳନ ଅବସରରେ ସ୍କୁଲ ପିଲାଙ୍କୁ ଖୋଲା ଡାଲା ଗାଡ଼ିରେ ବୁହା ଯାଉଥିବା ଦେଖିବା ପାଇଁ ମିଳିଥିଲା। ଏହି ବାବଦରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ନଥିବା ବେଳେ ଘଟଣାର ଅନୁଧ୍ୟାନ କରିବା ପାଇଁ କହିଛନ୍ତି। ପ୍ରଶ୍ନ ଉଠୁଛି କିଏ ଏହି ସ୍କୁଲ ପିଲାଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ଖୋଲା ଗାଡ଼ିରେ ଯିବା ପାଇଁ ଅନୁମତି କିଏ ଦେଲା। ଛୋଟ ଛୋଟ ପିଲା କିଭଳି ପରିସ୍ଥିତିରେ ଖୋଲା ଗାଡ଼ିରେ ଯିବା ପାଇଁ ଅନୁମତି ପାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଛୋଟ ଛୋଟ ପିଲାଙ୍କର କିଛି ଘଟି ଥାନ୍ତା ଦାୟୀ କିଏ ହୋଇଥାନ୍ତା ତେବେ ଏହି ସ୍କୁଲ ପିଲା କେଉଁ ସ୍କୁଲର ତାହା ଜଣା ପଡିନାହିଁ।

Spread the love