53

ବାହାରେ ଚିକ୍କଣ ଭିତରେ ଫମ୍ପା!

କନ୍ଧମାଳ: କନ୍ଧମାଳ ଜିଲ୍ଲା ଟୀକାବାଲି ବ୍ଲକ୍ ନିକଟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଥିବା ପୁରୁଣା କୋଠା କୁ ଚୂନ ଲଗାଇ ହରିଲୁଟ୍ କରିଥିବା ଦେଖିବାକୁ ମିଳିଛି l ଉପରେ ଚିକ୍କଣ ଭିତରେ ଫମ୍ପା ହେଇଥିବା ଚିତ୍ର ଦେଖିକାକୁ ମିଳିଛି କନ୍ଧମାଳ ଜିଲ୍ଲା ଟୀକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ରେ l ଆପଣ ମାନେ ଦେଖି ପାରୁଥିବେ ପୁରୁଣା କୋଠା କୁ ବାହାରେ ଚୂନ ମାରି କେତେଯେ ଚିକ୍କଣ କରାଯାଇଛି ଏହି ସରକାରୀ ହଷ୍ଟେଲ ର ପୁରୁଣା କୋଠା l ସାରାରାଜ୍ୟ ରେ ଭି କେ ପାଣ୍ଡୀଆନ୍ ଙ୍କ ହୀନ କାର୍ନାମା ଯୋଗୁଁ ଗରିବ ନିରିହ ଜନସାଧାରଣ ଲୋକେ ନାହିଁନ ଥିବା ହନ୍ତସନ୍ତ ହେଉଥିଲେ l ବର୍ତ୍ତମାନ ର ନୂତନ ସରକାର ଓଡ଼ିଶା ର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଏଭଳି ଦଲାଲି କର୍ମଚାରୀ ମାନଙ୍କ ପ୍ରତି ଆକ୍ସନ ନେବା ବଦଳରେ କିଭଳି ଦୟା ଆସୁଚି ତାହା କିଛି ଭାବି ହେଉନି l ଏହା ହେଉଚି ପ୍ରମାଣ ଯେ କନ୍ଧମାଳ ଜିଲ୍ଲା ରେ ଯଦି ଏଭଳି ପୁରୁଣା କୋଠା କୁ ରଙ୍ଗ ବୋଳି କୋଟି କୋଟି ଟଙ୍କା ହାଡପ୍ କରିଛନ୍ତି ତ ଓଡ଼ିଶାରେ ଅନେକ ସ୍କୁଲ କଲ୍ଲେଜ୍ ଅଛି ଯାହାକି ୫ଟି ନାଁରେ ପରିଣତ କରାଯାଇଛି l ରାଜ୍ୟରୁ କେତେ କୋଟି ଅର୍ଥ ଆତ୍ମସାଥ କରିଛନ୍ତି ତାହା ନୂତନ ସରକାର କେବେ ତାଙ୍କଠୁ ଆଦାୟ କରିବେ ଆଉ ଗରିବଙ୍କ ଦୁଃଖ କୁ ପରିହାସ କରି ଏଭଳି ହୀନ ରାଜନୀତି କରୁଥିବା ସରକାରୀ କର୍ମଚାରୀ ଏବଂ ଭିକେ ପାଣ୍ଡୀଆନ୍ ଙ୍କୁ ନୂତନ ସରକାର ଗିରପ୍ କରିବେ କେବେ ତାହା ଏବେ ପ୍ରଶ୍ନବାଚି ? l

Spread the love