ଏରସମା: ଏରସମା ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋକେମିକାଲ କଂପ୍ଲେକ୍ସ ପାଇ ୪୪.୯୪ ଏକର ଜମି ଅଧିଗ୍ରହଣ ନିମନ୍ତେ ଆଜି ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଆୟୋଜିତ ଜନଶୁଣାଣୀ ଶିବିରରେ ନୂଆଗାଁ ପଞ୍ଚାୟତ ସରପଞ୍ଚ ସୁଚିତ୍ରା ମନ୍ତ୍ରୀ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍, ମୁଖ୍ୟ ଭୂ- ଅଜ୍ଜନ ଅଧିକାରୀ, ଜଗତସିଂହପୁର ଶିବ ଶଙ୍କର ମିଶ୍ର, ପୁରୁଷୋତ୍ତମ ଦାସ୍,ଏନ୍ ସିଡି ଏସ୍ ସିଗ୍ମା ରିସର୍ଚ୍ଚ ବରିଷ୍ଠ ଅଧିକାରୀ ଅକ୍ଷୟ ପରିଡା, ସତ୍ୟବାଦୀ ରାଧାମୋହନ ବିଶ୍ୱାଳ ଯୋଗଦେଇଥିଲେ। କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ ଅସିତ୍ ସ୍ୱାଇଁ ,ପିତାମ୍ବର ପରିଡ଼ା, ମୁନେଇ ପ୍ରଧାନ, ବିଷ୍ଣୁ ମଲ୍ଲ,କାମଦେବ ସ୍ୱାଇଁ, ଅନ୍ନଦା ରାଉତ, ପ୍ରମୁଖ ବହୁ ଚାଷୀ ମତାମତ ପ୍ରଦାନ କରିଥିଲେ। ୨୦୧୩ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ଜମିର ମୁଲାୟନ କୁ ବିରୋଧ କରିଥିଲେ ଓ ବିଗତ ଦିନରେ ପାରାଦୀପ ଅଞ୍ଚଳରେ ଶିଳ୍ପ କାରଖାନା ପାଇଁ ଜମି ଦେଇ ପରବର୍ତ୍ତୀ ସମୟରେ ଚାଷୀ ମାନେ ପ୍ରତାରିତ ହେଉଥିବା ଅଭିଯୋଗ କରିଥିଲେ ଏବଂ ଆମ ଜିବନ ଜୀବିକା ହରେଇବୁ ଆମ ଅଞ୍ଚଳରେ ଚାରିପଟେ କମ୍ପାନୀ ଆମୋମାନେ ବଞ୍ଚିବା କଷ୍ଟକର ହୋଇପଡୁଛି କମ୍ପାନୀର ଯେଉଁ ଦୁଗନ୍ଧ ଗ୍ୟାସ ଛଡାଯାଉଛି ଦୁଗନ୍ଧରେ ରହି ହୋଉନାହିଁ ଅତିତରେ ପାରାଦୀପ ଯେଉଁ ଶିଳ୍ପ ଅନୁଷ୍ଠାନମାନ ଗଢିଉଠିଛି ତା ପାଇଁ ଏ ଅଞ୍ଚର ଚାଷୀ ଟିଏ ନିଜର ମୂଲ୍ୟ ବାନ ଚାଷଜମି ଦେଇ ପାଇଛି କଣ କୁହନ୍ତୁ ,ତାର ପିଲା କମ୍ପାନୀରେ ନିଯୁକ୍ତି ପାଇପାରୁନି ପାରିପାର୍ଶ୍ବିକ ଉନ୍ନତି ଦିଗରେ କଣ ପଦକ୍ଷେପ ନିଆଯାଇଛି । କେତେ ବୃକ୍ଷ ରୋପଣ କରାଯାଇଛି କିଛି ବି ପୂରଣ କରିନାହିଁ ସାଧାରଣ ଚାଷୀଟେ ତାର ଜମିକୁ ହରାଇ ସବୁଦିନ ପାଇଁ ଦାଣ୍ଡର ଭିକାରି ହେବ ଆମେ ଜମି ଦବୁ ଆମ ଜମିରେ କମ୍ପାନୀ ପ୍ରତିଷ୍ଠା ହେବ ବାହାର ରାଜ୍ୟରୁ ଆସି ଚାକିରୀ କରିବେ ଆମ ପିଲା ଦାଦନ ଖଟିବାକୁ ବାହାରକୁ ଯିବେ ଅତିତରେ ଆମକୁ ପ୍ରତିଶ୍ରୁତି ଦେଇ କମ୍ପାନୀ ପ୍ରତାରିତ କରିଛି ଆମ ଜମିରେ ଆମେ ପକଳ୍ପ କରେଇ ଦେବୁନାହିଁ ଏବଂ ସଭା ହେଉଥିବା ସ୍ଥାନରେ ଦେଖିବାକୁ ମିଳିଥିଳା ଚାଷୀ ମାନେ ପକଳ୍ପକୁ ତ୍ରୀର୍ବ ବିରେଧ କରି ଜମି ଦେବନି ବେଲି ସମସ୍ତେ ପ୍ରକାଶ କରିଥିଲେ।ଚାଷୀ ମାନଙ୍କର ଏ ସମ୍ପର୍କିତ ସମସ୍ତ ମତାମତକୁ ଆଧାରକରି ଉପସ୍ଥିତ ଅଧିକାରୀ ମାନେ ସମସ୍ତ ମତାମତକୁ ଜିଲ୍ଲା ପାଳଙ୍କୁ ଅବଗତ କରାଯିବ ବୋଲି କହିଥିଲେ ଅଧିକାରୀ ମାନେ ପ୍ରକାଶ କରିଥିଲେ l
27