29

ଜଳଯୋଗାଣ ବିଭାଗ ର ଅସ୍ଥାୟୀ କର୍ମଚାରୀ ମାନଙ୍କ ଅଫିସ ଆଗରେ ଧାରଣା !

କଟକ: ଅଧିକ୍ଷଣ ଯନ୍ତ୍ରୀ ଜଳ ଯୋଗାଣ ଓ ପରିମଳ ଖଣ୍ଡ କଟକର ଶ୍ରମିକ ମାରଣାନିତି, ଇଂରେଜ ଶାସନ ଭଳି କର୍ମଚାରୀ ମାନଙ୍କୁ ନିଚ ଦୃଷ୍ଟି ରେ ଦେଖିଵା ,ମାସିକ ବେତନ ରେ ଅହେତୁକ ବିଳମ୍ବ, ଉଚ୍ଚ କୁଶଳୀ କର୍ମଚାରୀ ମାନଙ୍କୁ କୁଶଳୀ କର୍ମଚାରୀ ର ବେତନ ପ୍ରଦାନ ପାଇଁ ଷଡ଼ଯନ୍ତ୍ର ଯୋଗୁଁ କର୍ମଚାରୀ ମହଲ ରେ ଅଶାନ୍ତ ସୃଷ୍ଟି ହୋଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ସମସ୍ତ ଖଣ୍ଡ ଓଡିଶାର ରାଜ୍ୟ ସରକାର ଙ୍କ ଘୋଷିତ ବର୍ଦ୍ଧିତ ମଞ୍ଜୁରୀ ପ୍ରଦାନ କରାଯାଇଥିଲେ ସୁଦ୍ଧା ଅଧିକ୍ଷଣ ଯନ୍ତ୍ରୀ କଟକ ଆଦ୍ୟାବିଧି ୧୬ତାରିଖ ହୋଇଥିଲେ ସୁଧା ମାସିକ ବେତନ କିମ୍ବା ବର୍ଦ୍ଧିତ ମଜୁରି ପ୍ରଦାନ କରାଯାଇ ନାହିଁ । ଦୀର୍ଘ ୩୦ଵର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବରେ କରିଆସୁଥିଲେ ସୁଧା ବେତନ ଅହେତୁକ ବିଳମ୍ବ ବର୍ଦ୍ଧିତ ମଜୁରି ବୃଦ୍ଧି ପ୍ରଦାନ ନ କରିବା କର୍ମଚାରୀ ମାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ପ୍ରତିବାଦ ରେ ବିକ୍ଷେଭ କରି ଧାରଣାରେ ବସିଛନ୍ତି

Spread the love