38

ରାତିରେ ଶାଢ଼ୀ ଖୋଲୁଛନ୍ତି ଶ୍ଵଶୁର ଜ୍ବାଇଁ!

ଭଦ୍ରକ: ପୁଣି ଧରା ପଡ଼ିଲା ଅସ୍ଥାୟୀ କୁଡ଼ିଆର ସ୍ଥାୟୀ ରଙ୍ଗସାଳା ଦେହ ବେପାର କରି ରାତିରେ ହାତୀ କିଣିବାର ସ୍ବପ୍ନ ଦେଖିଥିଲେ ବାଂଲାଦେଶୀ ଦଲାଲ୍! ଶାଢୀ ପିନ୍ଧି ଖେଳ କରୁଥିଲେ ଶ୍ଵଶୁର ଜ୍ବାଇଁ ଉଭା ଲଙ୍ଗଳା କରିଦେଲେ କିନ୍ନର ମାଇଁ ସୁନ୍ଦରୀ ଝିଅ ସାଙ୍ଗକୁ ରଙ୍ଗସାଳାକୁ ଆସୁଥିଲେ ଉର୍ବଶୀ ସଦୃଶ ବାଂଲାଦେଶୀ କିନ୍ନର ସରୁ କଥା କହି ପଇସା ଗଣୁଥିଲେ ସାଇଁ ସାଇଁ ଭେଶ ବଦଳାଇ କ୍ଳିବ ସାଜିଥିଲେ କେଇଟା ଟଙ୍କା ପାଇଁ ବହୁରୂପୀ ବାଂଲାଦେଶୀ ତୁମେ ପଚାରିବାରୁ ସବୁ ସତ ମାନିଗଲେ କହିଲେ ନାଇଁ ନାଇଁ

ଆଜ୍ଞା ହଁ ଦର୍ଶକ ବନ୍ଧୁ ନକଲି କିନ୍ନର ସାଜିଥିଲେ ଶଶୁର ଓ ଜୋଇଁ। ଅସଲି କିନ୍ନର ଲଙ୍ଗଳା କରି ନକଲି ବୃଦ୍ଧ କିନ୍ନରଙ୍କୁ ବିଚ୍ ରାସ୍ତାରେ ଘୋଷାରି ଦେଲେ ।

ଦର୍ଶକ ବନ୍ଧୁ କୁହାଯାଏ ପୁରୁଷ ହେଉ ଅବା ମହିଳା କି କିନ୍ନର ଏସବୁ ବିଧାତା ର ସୃଷ୍ଟି।ମାତ୍ର ସମାଜରେ କିନ୍ନର ମାନଙ୍କ ପ୍ରତି ଆଜିବି ଏକ ଭିନ୍ନ ଦୃଷ୍ଟି କୋଣ ରହିଛି। କିନ୍ନରଙ୍କୁ ଦାନ କଲେ ପୂଣ୍ୟ ମିଳେ ବୋଲି ଅନେକ ମନେ କରନ୍ତି। ଏହାକୁ ଟଙ୍କା ରୋଜଗାରର ଏକ ସହଜ ଊପାୟ ମନେ କରି ୫୦ ବର୍ଷର ସକ୍ଷମ ପୁରୁଷ ପାଲଟିଥିଲା ନକଲି କିନ୍ନର। କେବଳ ଏତିକିରେ ତାର ମନ ମାନି ନଥିଲା। ବିଭିନ୍ନ ରାଜ୍ୟରୁ ଯୁବତୀ ଓ ବାଙ୍ଗଲାଦେଶି କିନ୍ନର ମାନଙ୍କୁ ରଖି ଚଳାଇ ଥିଲା ଦେହ ବେପାର ଓ ମଦ ଗଞ୍ଜେଇ କାରବାର। ବହୁରୂପୀ ପୁରୁଷ ଏହି କିନ୍ନର ଅବତାରି ଅମଣିଷର ସବୁ କଳା କାରନାମା ଆଜି ପଦାକୁ ଆସିଛି।
ପୁଣି ଧରା ପଡ଼ିଲା ଅସ୍ଥାୟୀ କୁଡ଼ିଆର ସ୍ଥାୟୀ ରଙ୍ଗସାଳା ଦେହ ବେପାର କରି ରାତିରେ ହାତୀ କିଣିବାର ସ୍ବପ୍ନ ଦେଖିଥିଲେ ବାଂଲାଦେଶୀ ଦଲାଲ୍! ଶାଢୀ ପିନ୍ଧି ଖେଳ କରୁଥିଲେ ଶ୍ଵଶୁର ଜ୍ବାଇଁ ଉଭା ଲଙ୍ଗଳା କରିଦେଲେ କିନ୍ନର ମାଇଁ ସୁନ୍ଦରୀ ଝିଅ ସାଙ୍ଗକୁ ରଙ୍ଗସାଳାକୁ ଆସୁଥିଲେ ଉର୍ବଶୀ ସଦୃଶ ବାଂଲାଦେଶୀ କିନ୍ନର ସରୁ କଥା କହି ପଇସା ଗଣୁଥିଲେ ସାଇଁ ସାଇଁ ଭେଶ ବଦଳାଇ କ୍ଳିବ ସାଜିଥିଲେ କେଇଟା ଟଙ୍କା ପାଇଁ ବହୁରୂପୀ ବାଂଲାଦେଶୀ ତୁମେ ପଚାରିବାରୁ ସବୁ ସତ ମାନିଗଲେ କହିଲେ ନାଇଁ ନାଇଁ

ଆଜ୍ଞା ହଁ ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅର୍ନ୍ତଗତ ଛତାବର ନିକଟସ୍ଥ ନାରାୟଣପୁର – ଟୋଲ୍ ଗେଟ୍ ଠାରେ। ସୂଚନାଯୋଗ୍ୟ ଲୋଟନ ନାମକ ଜଣେ ବ୍ୟକ୍ତି ନିଜକୁ କିନ୍ନର ବେଶରେ ସଜାଇ ଟୋଲ୍ ଗେଟ୍ ନିକଟରେ ଏକ ଅସ୍ଥାୟୀ ବାସଗୃହ କରି ରହିଥିଲା। ଏହି ଅସ୍ଥାୟୀ ବାସଗୃହ ରାତିରେ ପାଲଟୁ ଥିଲା ରଙ୍ଗଶାଳା । ବିଭିନ୍ନ ରାଜ୍ୟରୁ ଯୁବତୀ ଓ ବାଙ୍ଗଲାଦେଶି କିନ୍ନର ମାନଙ୍କୁ ନିୟୋଜିତ କରି ଦେହ ବେପାର ଚଳାଇବା ସହିତ ମଦ ଗଞ୍ଜେଇ ନେଟୱର୍କ ଅବାଧରେ ଚଳାଇ ଆସୁଥିଲା।ଏହି କାମରେ ସେ ନିଜ ଜୋଇଁ ରାଜାକୁ ମଧ୍ୟ ସାମିଲ୍ କରିଥିଲା। ନକଲି କିନ୍ନରର କଳାକାରନାମା ବାବଦରେ ଭଦ୍ରକ ଜିଲ୍ଲା କିନ୍ନର ମହାସଂଘ ଲୋଟନ ଓ ରାଜାକୁ ବୁଝାଇ ଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ପରେ କିନ୍ନର ମହାସଂଘ ଭଣ୍ଡାରୀପୋଖରୀ ଥାନାରେ ଏନେଇ ଲିଖିତ ଏତଲା ଦେବା ସହିତ ନକଲି କିନ୍ନରର ଅସଲି ରୂପ ପଦାକୁ ଆଣିଥିଲେ।ଲୋଟନ୍ କୁ ଉଲଗ୍ନ କରି ଯାଞ୍ଚ୍ କରିବା ପରେ ସେ ଜଣେ ସକ୍ଷମ ପୁରୁଷ ବୋଲି ଜଣାପଡିଥିଲା।

ଅପର ପକ୍ଷରେ କିନ୍ନର ମହାସଂଘର ଉଗ୍ର ରୂପ ଦେଖି ବାଙ୍ଗଲାଦେଶି କିନ୍ନର ଓ ଦେହଜୀବୀ ମାନେ ଛୁ ମାରିଥିଲେ।

ତେବେ ଏହି ଘଟଣାକୁ ଗୁରୁତ୍ଵର ସହିତ ନେଇ ଭଣ୍ଡାରୀପୋଖରୀ ପୋଲିସ ନକଲି କିନ୍ନର ଲୋଟନ୍ ଓ ଜୋଇଁ ରାଜାକୁ ଅଟକ ରଖି ଅଧିକ ଛାନ୍ ଭିନ୍ ଜାରି ରଖିଛି। ଅର୍ଥ ଉପାର୍ଜନ କରିବା ପାଇଁ ସମର୍ଥ ପୁରୁଷ ନକଲି କିନ୍ନର ସାଜିବା ସମସ୍ତଙ୍କୁ ଚକିତ କରିଛି।

Spread the love