331

ଦଫା ୧୦ ଦାବି ନେଇ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲେ ନର୍ସିଂ ଷ୍ଟାଫ୍।

ଜଗତସିଂହପୁର: ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନକୁ ଓଲାହି ଛନ୍ତି ନର୍ସିଂ କର୍ମଚାରୀ। କଳା ବ୍ୟାଚ ପିନ୍ଧି କରୁଛନ୍ତି ଆନ୍ଦୋଳନ।ଦଫା ୧୦ ଦାବି କୁ ନେଇ ଆନ୍ଦୋଳନ କରୁଛନ୍ତି ମେଡ଼ିକାଲର ନର୍ସିଂ କର୍ମଚାରୀ ।ରୋଗୀ ମାନଙ୍କ ସେବାକୁ ଗୁରୁତ୍ଵ ଦେଇ ଶାନ୍ତିପୂର୍ଣ୍ଣ ଭାବରେ କରୁଛନ୍ତି ଆନ୍ଦୋଳନ।ଅଲ୍ ଓଡିଶା ନର୍ସିଂ ଆସୋସିଏସନ୍ ପକ୍ଷରୁ ସମସ୍ତ ସରକାରୀ ଚିକିତ୍ସାଳୟରେ କର୍ଯ୍ୟକରୁଥିବା ନର୍ସିଂ କର୍ମଚାରୀ ମାନେ ଦଫା ୧୦ଦାବିରେ କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଶୀତ କାକର,ଖରାବର୍ଷା ଓ ରାତି ଦିନ ରୋଗୀମାନଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ନର୍ସିଂ ଷ୍ଟାଫ୍ ମାନଙ୍କ ସୁବିଧା ଅସୁବିଧା ବିଷୟରେ ସରକାରଙ୍କୁ ବାରମ୍ବାର ଜଣାଇଲା ପରେମଧ୍ୟ ସରକାର ଶୁଣୁ ନାହାନ୍ତି ସେମାନଙ୍କ ଦୁଃଖ।ବାରମ୍ବାର ନିରାଶ ହେବାପରେ ସଂଘର ଡାକରା କ୍ରମେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତର ଖାନାର ନର୍ସିଂ କର୍ମଚାରୀ ମାନେ। ୨୦୧୩ ମସିହା ପରେ କାର୍ଯ୍ୟ ଆରମ୍ଭ କରିଥିବା ନର୍ସିଂ ଷ୍ଟାଫ୍ ମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।୨୦୧୩ ମସିହାରୁ ଯେଉଁ ମାନେ ସିନିୟର୍ ରହିଯାଇଛନ୍ତି ସେମାନଙ୍କର ୬ ବର୍ଷର ଅଭିଜ୍ଞତାକୁ ଗଣତି କରାନଯାଇ ଆଜି ଜୁନିୟର ମାନେ ସିନିୟର୍ ହୋଇଯାଇଛନ୍ତି ସିନିୟର୍ ମାନେ ଜୁନିୟର ହୋଇଯାଇଛନ୍ତି।ବଡ ଦୁଃଖର କଥା କିଛି ସିନିୟର୍ ନର୍ସିଂ ଅଫିସର ମାନଙ୍କ ଚାକିରି କାଳ ବର୍ଷେ କି ଦୁଇ ବର୍ଷ ଥିବା ବେଳେ ସେମାନେ କେବଳ ଗୋଟିଏ ପଦବୀରେ ରହିଛନ୍ତି।ସେମାନଙ୍କୁ ଅବସର ପୂର୍ବରୁ ପଦୋରନତି କରି ଅବସର ସମୟରେ କାର୍ଯ୍ୟର ମୂଲ୍ୟାଙ୍କନ କରାଯାଉ।୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ନର୍ସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା।ସରକାରୀ ଛୁଟି ଅନୁସାରେ ସମସ୍ତ ନର୍ସିଂ ଷ୍ଟାଫ୍ ମାନଙ୍କୁ ଛୁଟି ପ୍ରଦାନ କରିବା ଆଦି ୧୦ ଦଫା ଦାବି ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଇଛି।ଯଦି ରାଜ୍ୟ ସରକାର ନର୍ସିଂ କର୍ମଚାରୀଙ୍କ ଦାବି ପୂରଣ ନକରନ୍ତି ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Spread the love