24

ପାଳନ ହେଲା ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ!

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରେ ଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜେ ସୋନାଲ ଜାତୀୟ ପତାକା ଉତ୍ତାଳନ କରିବା ସହିତ ସମ୍ମିଳିତ ପ୍ୟାରେଡେ ରେ ଅଭିବାଦନ ଗ୍ରହଣ କରିଥିଲେ । ବ୍ରିଟିଶ ମାନଙ୍କ ବିରୋଧରେ ସଂଗ୍ରାମ କରି ଯେଉଁ ମହାପୁରୁଷ ମାନେ ଆମକୁ ସ୍ଵାଧୀନତା ଦେଇଛନ୍ତି ସେହି ମହାପୁରୁଷ ମାନଙ୍କୁ ମାନେ ପକାଇ ସ୍ମୃତି ଚାରଣ କରିଥିଲେ। ଜଗତସିଂହପୁର ଜିଲ୍ଲା ଏକ ଐତିହାସିକ ଜିଲ୍ଲା।ସଂସ୍କୃତି ସଂପନ୍ନ ଏହି ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ମାନଙ୍କ ବଳିଦାନ ଅତୁଳନୀୟ।ସେମାନଙ୍କ ପଥ ଅନୁସରଣ କରି ସମସ୍ତେ ଏକ ମାନହୋଇ କାର୍ଯ୍ୟ କରିଲେ ଜଗତସିଂହପୁର ଜିଲ୍ଲା ରାଜ୍ୟ ତଥା ଦେଶରେ ଏକ ନମ୍ବର ଜିଲ୍ଲାରେ ପରିଣତ ହୋଇପାରିବ ବୋଲି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ।ଏହି ଅବସରରେ ଜିଲ୍ଲା ର ମାଟ୍ରିକ ଟପର ହୋଇଥିବା ଛାତ୍ରୀ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସକାଳୁ ଜିଲ୍ଲାପାଳ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟପ୍ରାଣ କରିଥିଲେ ।ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଷ୍ଟାଡିୟମ୍ ପରିସରରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।ପରେ ଅତିଥିମାନେ ଜିଲ୍ଲା ମୁଖ୍ୟାଚିକିତ୍ସଳୟ ଓ ଆଳିପିଙ୍ଗଳ ଉପ କାରାଗାର ରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।

Spread the love