ନୟାଗଡ଼: ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୭୮ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ବାଣିଜିକ ପ୍ରତିଷ୍ଠାନ, ଶିକ୍ଷା ଅନୁଷ୍ଠାନ, ସାମ୍ବାଦିକ ସଂଘ , ରାଜନୈତକ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥି ସହ ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ନେତାଜୀ ମଇଦାନରେ ମିଳିତ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏନ .ଏ .ସି.ର ଅଧକ୍ଷା ପୁନମ ପ୍ରିୟଦର୍ଶିନୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ , ମୁନ୍ସିପାଲ ଇଞ୍ଜିନିୟର ଅଶୋକ କୁମାର ଦଳବେହେରା, ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ସାଲା ଏବଂ ଏନ ଏ ସି ର ନିର୍ବାଚିତ ସମସ୍ତ କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଧାୟକ ପତାକା ଉତ୍ତୋଳନ କରିବା ସହିତ ଛାତ୍ର ଛାତ୍ରୀଙ୍କ ପ୍ୟାରେଟ ରେ ଅଭିବାଦନ କରିଥିଲେ । ଏଥିରେ ଦଶପଲ୍ଲା ପୋଲିସ ଅଧିକାରୀ ମାନେ ନିରୀକ୍ଷକ ହୋଇ ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଟ୍ କୁ ପରଖିଥିଲେ । ଶେଷରେ କୃତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ସନ୍ଧ୍ୟା ପୁର୍ବରୁ ପତାକା ଅବତୋରଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
63