23

ପାଞ୍ଚ ଶହ ଗରିବଙ୍କ ଚାରିମାସର ଚାଉଳକୁ ଗିଳି ଦେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଉ ସରପଞ୍ଚ!

ନୟାଗଡ: ରଣପୁର ବ୍ଲକ ର ବୃନ୍ଦାବନପୁର ଗ୍ରା:ପ ରେ ସରପଞ୍ଚ ଆଉ ନିର୍ବାହୀ ଅଧିକାରୀଙ୍କ ଦୃନୀତି ଶେଷ ସୀମାରେ ପହଞ୍ଚିଛି l ଯେଉଁ ଲୋକ ମାନେ ତାଙ୍କୁ ସରପଞ୍ଚ ଭାବରେ ନିର୍ବାଚିତ କରିଥିଲେ l ସେ ମହାଶୟ ଆଜି ଲୋଭ ର ବଂଶ ବର୍ତ୍ତୀ ହୋଇ ନିର୍ବାହୀ ଅଧିକାରୀଙ୍କ ଶହ ସlଲସି କରି ଲୋକଙ୍କ PDS ଚାଉଳ କୁ ହରିଲୁଟ କରିଥିବାରୁ ଲେଖନ ପୁର ଗ୍ରାମ ବାସି ଅଭିଯୋଗ ଆଣିଛନ୍ତି l
ତେବେ ଗରିବ ଚାଷୀ ମାନେ ଧାନ ରୁଆ ସମୟ ରେ ଖଟି ଖଟି ପେଟ ଚାଖଣ୍ଡ ପାଇଁ କାଦୁଅ ପଙ୍କରେ ପରିଶ୍ରମ କରି ଅଶୁଥିଲା ବେଳେ l ତାଙ୍କର ନିଅଣ୍ଟିଆ ଚାଉଳ କୁ ସରକାର ମାସକୁ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ଯୋଗାଉଛନ୍ତି l କିନ୍ତୁ ବାଡ଼ ଯଦି ଫସଲ ଖାଇବ ସେଥିପାଇଁ ଦାୟୀ କିଏ ରହିବ l ଦର୍ଶକ ବନ୍ଧୁ ସେ ଘଟଣା ଘଟିଛି ରଣପୁର ବ୍ଲକ ର ବୃନ୍ଦାବନ ପୁର ପଞ୍ଚାୟତ ରେ l ଗ୍ରାମ ବାସି ଙ୍କ ଅଭିଯୋଗ ମୁତାବକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଉ ସରପଞ୍ଚ କୁଆଡେ ଗତ ଏପ୍ରିଲ ମାସ ଠାରୁ ଚାରି ମାସ ହେବ ଲୋକଙ୍କ PDS ଚାଉଳ ଦେଇନାହାନ୍ତି l

ଚଞ୍ଚକତା କରି ଲୋକଙ୍କ ଖାତାରେ ଚାଉଳ ପକାଇ ଟିପ ଚି଼ହ୍ନ ନେଇଯାଇଛନ୍ତି l ଚାଉଳ ମାଗିଲା ପରେ କହୁଛନ୍ତି ଯେ ନିଅଣ୍ଟିଆ ହୋଇଯାଇଛି, ମେସିନ ତ୍ରୁଟି ପାଇଁ ଚାଉଳ ଆମକୁ ବ୍ଲକ ରୁ ମିଳି ନାହିଁ l ତେବେ ଅଭାବୀ ଲୋକଟି ଭୋକ ଉପାସ ରୁ ରକ୍ଷା ପାଇଵା ପାଇଁ ବଜାରରୁ ମାତ୍ରାଧିକ ମୂଲ୍ୟ ରେ ଚାଉଳ କିଣି ନିଜ ଗୁଜୁରାଣ ମେଣ୍ଟାଉଛି l ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ l ତେଣୁ ଏ ଅନାୟ ର ପ୍ରତିବାଦ ରେ ଶତାଧିକ ଗ୍ରାମ ବାସି ଏକତ୍ରିତ ହୋଇ ଗଣ ମାଧ୍ୟ୍ୟମ ପ୍ରତିନିଧି ମାନଙ୍କୁ ଡାକି ନିଜ ର ଦୁଃଖ କୁ ପ୍ରକାଶ କରିଥିଲେ l ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟ ଅନୁଷ୍ଠାନ ନେବାକୁ ଗ୍ରାମ ବାସି ଦାବି ରଖିଥିଲେ l ଏବଂ ଯଦି ଚାରି ମାସ ର ଚାଉଳ ନ ଦିଆ ଯାଏ l ନିଶ୍ଚିତ ଭାବରେ ଆଗାମୀ ଦିନରେ ପଞ୍ଚାୟତ ବାସି ବ୍ଲକ ଘେରାଉ କରିବା ପାଇଁ ଚେତାବନୀ

Spread the love