29

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ପଟ୍ଟାମୁଣ୍ଡାଇ ମୁନିସିପାଲଟି ସଭାପତି ଓ ସଦସ୍ୟ ମାନେ!

ରାଜନଗର: ଦିର୍ଘ ୨୫ ବର୍ଷ ଓଡ଼ିଶାକୁ ଶାସନ କରିଥିବା ବିଜେଡ଼ି ଦଳରୁ ଫେଡିବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି, ଜଣକ ପରେ ଜଣେ ବିଜେଡ଼ି ଛାଡ଼ି ନୂଆ ବିଜେପି ସରକାର ସହିତ ସାମିଲ ହେଉଛନ୍ତି। ଅନେକ ଦିନ ହେବ ବିଜେଡି ଦଳରେ ରହି ଘାଣ୍ଟି ଚକଡି ହେଉଥିଲେ ବିଜେଡିର ସବୁ କଥାରେ ହଁ ମାରୁଥିଲେ ମାତ୍ର ବିଜେପି ସରକାର ଆସିବା ପରେ ସମସ୍ତଙ୍କର ସାହସ ବଢିଲା ବିଜେଡି ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିବାକୁ, ଭାରତର ଯଶୋସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଉଛନ୍ତି। ଏହାକୁ ଆଧାର କରି ଗତକାଲି ରାଜନଗର ତ୍ରିନାଥ ବଜାରର ସ୍ଥିତ ଡାକବଙ୍ଗଳା ଠାରେ ପଟ୍ଟାମୁଣ୍ଡାଇ ବିଜେଡ଼ି ମୁନିସିପାଲଟି ସଭାପତି ଲିଟୁ ମନୋଜ ନାୟକ ଓ ତାଙ୍କ ଅନ୍ୟ ସମସ୍ତ କର୍ମୀ

ରାଜନଗର ବିଜେପି ନିର୍ବାଚନ ମଣ୍ଡଳୀ ନେତା ଲଳିତ ବେହେରା ଓ ମଣ୍ଡଳ ପ୍ରଭାରୀ ସୁନାକାର ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ ଙ୍କ ଉପସ୍ଥିତ ରେ ଲିଟୁ ମନୋଜ ନାୟକ ଓ ଅନ୍ୟ ମୁନିସିପାଲିଟି ସଦସ୍ୟ ମାନେ ବିଜେପି ରେ ସାମିଲ ହୋଇଥିଲେ, ଯେଉଁମାନେ ବିଜେପି ରେ ସାମିଲ ହୋଇଥିଛନ୍ତି ସେମାନଙ୍କ ମତ ରଖିଛନ୍ତି ରାଜନଗର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୨୫ ବର୍ଷ ବିଜେଡି ଶାସନରେ କୌଣସି ଉର୍ନତି ହୋଇନାହିଁ ଆଜି ସମୟ ଆସିଛି ଆମେ ଲଳିତ ବେହେରା ଙ୍କ ନେତୃତ୍ୱରେ ସଂଗଠନ ବୃଦ୍ଧି କରିବା ସହ ଲୋକ ମାନଙ୍କ ସମସ୍ୟା ଦୂର କରିବୁ ଏକ ସୁସ୍ଥ ଗଣତନ୍ତ୍ର ପ୍ରଚଳିତ ହେବ.

Spread the love