101

ସରକାର କଲେ ବଡ ଘୋଷଣା, ଚାଷୀଙ୍କୁ ମିଳିବ ପେନସନ!

ମୋଦି ସରକାର ଦେଲେ ବଡ ଖୁସି ଖବର, ଚାଷୀଙ୍କୁ ସବୁ ମାସରେ ମିଳିବ ପେନସନ। ପ୍ରତିମାସରେ ଚାଷୀ ପାଇବେ ୩ ହଜାର ଟଙ୍କା ମିଳିବ ପେନସନ। କିସାନ ମାନଧନ ଯୋଜନା ଅଧୀନରେ ବର୍ତ୍ତମାନ ଚାଷୀଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ଦିଆଯିବ। ଚାଷ ଓ ଚାଷୀଙ୍କର ବିକାଶ ପାଇଁ ମୋଦି ସରକାର ଏହି ପଦକ୍ଷେପ ନେଇଛନ୍ତି।

ଚାଷୀଙ୍କ ପାଇଁ ଏହି ଯୋଜନା ସଞ୍ଜୀବନୀ ହେଉଛି କହିଲେ ଭୁଲ ହେବନି। ମାସିକ ଆୟ କମ୍ ରହିଥିବା ଚାଷୀଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ। ଅନୁପଯୁକ୍ତ ଚାଷ ଜମି ସହ କମ ଜମି ଥିବା ଚାଷୀଙ୍କୁ ମଧ୍ୟ ଏହି ସୁବିଧା ମିଳି ପାରିବ। ଭାରତ ସରକାରଙ୍କ କିସାନ ମାନଧନ ଯୋଜନା ଅଧୀନରେ କୃଷକମାନେ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ମାସକୁ ୩୦୦୦ ଟଙ୍କା ପାଇପାରିବେ।

ଏହି ଯୋଜନାରେ ୧୮ ରୁ ୪୦ ବର୍ଷ ବୟସର ଚାଷୀ ଆବେଦନ କରିପାରିବେ। ସେମାନଙ୍କୁ ପ୍ରତିମାସରେ ସ୍ୱଳ୍ପ ପ୍ରିମିୟମ ରାଶି ଦେବାକୁ ପଡ଼ିବ। ଯାହାକି ମାସିକ ୫୫ ରୁ ୨୦୦ ଟଙ୍କା ମଧ୍ୟରେ ହୋଇଥାଏ। ଯାହାର ଲାଭ ସେମାନେ ୬୦ ବର୍ଷ ପରେ ପେନସନ ଭାବେ ପାଇପାରିବେ। ଦୁଇ ହେକ୍ଟର କିମ୍ବା କମ୍ ଚାଷ ଜମି ରହିବା ଉଚିତ୍ । ଏହି ଯୋଜନା ଅଧୀନରେ କୃଷକମାନେ ୬୦ ବର୍ଷ ବୟସ ପରେ ମାସକୁ ୩୦୦୦ ଟଙ୍କା ନେଇପାରିବେ। ଯଦି ଚାଷୀ ମରିଯାଏ, ତେବେ ଚାଷୀଙ୍କ ପତି/ପତ୍ନୀ ୫୦% ପେନସନକୁ ପାରିବାରିକ ପେନସନ୍ ପାଇବାକୁ ହକଦାର ହେବେ ।
ଦେଶର ୫ କୋଟି ଚାଷୀଙ୍କୁ ଏହି ସୁବିଧା ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଧାର୍ଯ୍ୟ ଲକ୍ଷ୍ୟ ବର୍ଷକୁ ବର୍ଷ ବୃଦ୍ଧି କରାଯାଉଛି। ଏହା ସହିତ କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଏବଂ ବୃଦ୍ଧାବସ୍ଥାରେ ସକ୍ଷମ ହେବାକୁ ଏହି ଯୋଜନା ସାହାରା ପାଲଟିଛି। ମାସିକ ୩୦୦୦ ପେନସନ ପାଇବେ ଚାଷୀ ୫ କୋଟି ଚାଷୀଙ୍କ ବୃଦ୍ଧାବସ୍ଥା ହେବ ସୁରକ୍ଷିତ ଚାଷୀଙ୍କ ମୃତ୍ୟୁ ପରେ ପରିବାର ଲୋକ ବି ପାଇବେ ତାଙ୍କ ପେନସନ

Spread the love