ଏରସମା: ଆଜାଦିକି ଅମ୍ବୃତ୍ ମହୋତ୍ସବ ଅବସରରେ ସ୍ବାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ଜଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଭାରତବର୍ଷର ସବୁ ରାଜ୍ୟ ଆଜାଦିକ ଅମୃତ ମହୋତ୍ସବ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ସେହିପରି ଭାବରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ନେତା ସତ୍ୟସାରଥୀ ନ୍ରେତୃତ୍ୟରେ ବାଲିକୁଦା ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟ ସମ୍ମୁଖରୁ ବିଜେପି କାର୍ୟ୍ୟକତ୍ତାଙ୍କ ସମେତ ଦଳ ଗତ ନିର୍ବିଶେଷରେ ସାଧାରଣଜନତା ହାତରେ ତ୍ରୀରଙ୍ଗା ପତାକା ଧରି ଏକ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
ଆଜିର ଉତ୍ସବରେ ବିଜେପି କାର୍ୟ୍ୟକତ୍ତା ନାରିନେତ୍ରୀ ରାଜଶ୍ରୀ ପଟ୍ଟନାୟକ,ଅମିତା ଦାସ, ସମାଜସେବୀ ପ୍ରକାଶ ପାଲ୍,ଅରେନ୍ଦ୍ର ଦଳାଇ,ନିଲିପ୍ତ ଜେନା,ମୋହିତ ମହାନ୍ତି, ସଞ୍ଜୟ ମହାନ୍ତି, ମନୋରଞ୍ଜନ ସାମନ୍ତରାୟ,ଟୁକୁନା ରାଉତ, ନିରଞ୍ଜନ ପରିଡାଙ୍କ ସମେତ ସବୁ ପଞ୍ଚାୟତର ପ୍ରମୁଖ ,ମଣ୍ଡଳ ସଭାପତି ଏବଂ ସରପଞ୍ଚ ସମିତି ସଭ୍ୟ, ଜିଲ୍ଲାପରିଷଦ ମାନେ ଯୋଗଦେଇ ଆଜାଦିକା ଅମ୍ବୃତ୍ ମହୋତ୍ସବ ପାଳନ ଅବସରରେ ପ୍ରତ୍ୟେକ ଲୋକଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ସମସ୍ତେ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇ ଆନନ୍ଦ ଉଲାସର୍ ସହିତ ସ୍ବାଧୀନତାର ୭୭ ବର୍ଷ ପୂର୍ତ୍ତି ପାଳନ କରିବାକୁ ବିଜେପି ପକ୍ଷରୁ ନିବେଦନ କରାଯାଇଛି।