38

ଅସୁରକ୍ଷିତ ଅବସ୍ଥାରେ ବିଦ୍ୟାଳୟର ଛାତ୍ରଛାତ୍ରୀ!

ରାଜନଗର:ସରକାରୀ ବିଦ୍ୟାଳୟ ପୋଖରୀରେ ବେସରକାରୀ କ୍ୟାମେରା, ଅସୁରକ୍ଷିତ ଅବସ୍ତାରେ ଛାତ୍ର ଛାତ୍ରୀ,ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅବିଭାବକ,ଘଟଣାଟି ହେଉଛି ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ,ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଭୁଁୟା ଅଧିକ ଟଙ୍କା ଲୋଭରେ ଉଚ୍ଚ କତୃପକ୍ଷ ଙ୍କୁ ନଜଣାଇ ବିଦ୍ୟାଳୟ ପୋଖରୀକୁ ବାହାର ଗାଁକୁ ନିଲାମ ଦେଇଛନ୍ତି, ନିଲାମ ନେଇଥିବା ବ୍ୟକ୍ତି ପୋଖରୀ ଭିତରେ ସିସିଟିଭି ଲଗାଇଛନ୍ତି,ଯାହା ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ପ୍ରତି ଅସୁରକ୍ଷିତ ମନଭାବ ସୃଷ୍ଟି କରିଛି, କାରଣ ବିଦ୍ୟାଳୟ ର ପାଇଖାନା ଭଙ୍ଗା ପଡ଼ିଥିବାରୁ ଛାତ୍ର ଛାତ୍ରୀ ମାନେ ପୋଖୋରିକୁ ଶୌଚ ହେବାକୁ ଯାଉଛନ୍ତି କିନ୍ତୁ ସିସିଟିଭି ଲାଗିବା ଫଳରେ ଛାତ୍ର ଛାତ୍ରୀ ଙ୍କ ପ୍ରତି ବିପଦ ସୃଷ୍ଟି କରିଛି,ଖାଲି ଏତିକି ନୁହେଁ ବିଦ୍ୟାଳୟ ପୋଖରୀକୁ ନିଲାମ ନେଇଥିବା ବ୍ୟକ୍ତି ପୋଖୋରୀରେ ବିଭିନ୍ନ କେମିକାଲ ବ୍ୟବହାର କରୁଛନ୍ତି ଯେଉଁ ପୋଖରୀ ପାଣିରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇସାରି ମୁହଁ ଧୋଉଛନ୍ତି ଏବଂ କୁଳି କରୁଛନ୍ତି, ଏଭଳି ହେବା ଦ୍ଵାରା ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେଉଛି। ଅନ୍ୟ ପଟେ ସରକାରଙ୍କ ନୀୟମ ହିସାବରେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ନିମିତ୍ତ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ପୋଖରୀ ମାନଙ୍କରେ ବାଡ ବୁଲିବା କଥା ଏଠି ତାହା କରାଯାଇନାହିଁ,ସବୁଠୁ ବଡ କଥା ହେଲା ବିଦ୍ୟାଳୟର ପୋଖରୀ କୁ ନିଲାମ ଦିଆଯାଇଛି ତାହା ପୁଣି ବାହାର ଗାଁ ଲୋକଙ୍କୁ ଯାହା ନିୟମ ବାହାରେ ହୋଇଥିବା ବେଳେ ଏ ଘଟଣା ସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରୀ ଙ୍କୁ କିଛି ଜଣା ଯାଇନାହିଁ,

ଯାହା ପ୍ରମାଣ ଦେଉଛି ଶିକ୍ଷକ ମାନେ ସରକାରଙ୍କ ନିୟମକୁ ଅଣଦେଖା କରୁଛନ୍ତି ,ଟଙ୍କା ନିଶା ସେମାନଙ୍କୁ ଏତେ ବାଇଆ କରୁଛି ଯେ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ପ୍ରତି ନଜର ନାହିଁ,ଅନ୍ୟପଟେ ଅବିଭାବକ ଅଭିଯୋଗ ଆଣିଛନ୍ତି କାହା କଥାରେ ବିଦ୍ୟାଳୟ ପରିସର ମଧ୍ୟରେ ବେସରକାରୀ ସିସିଟିଭି ଲଗା ଯାଇଛି ଯଦି ଏଥିପାଇଁ ଭବିଷ୍ୟତରେ ଛାତ୍ର ଛାତ୍ରୀ ଙ୍କର କୌଣସି ଭିଡିଓ ଭାଇରାଲ ହୁଏ ତାହାପାଇଁ କିଏ ଦାଇ ରହିବ ବିଦ୍ୟାଳୟ କତୃପକ୍ଷ ନା ଉଚ୍ଚ କତୃପକ୍ଷ,ତେବେ ଦେଖା ଯାଉ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଏଭଳି ମନମାନିକୁ ଉଚ୍ଚ କତୃପକ୍ଷ କେବେ ରୋକ୍ ଲଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା.

Spread the love