146

ଋଣ ପରିଶୋଧ ନକରିବାରୁ ଅନୁଷ୍କା କ୍ୟାସଲ ମଣ୍ଡପ ପି ଏନ ବି ନିଜ ଅଧିନକୁ ନେଲା।

ଜଗତସିଂପୁର: ଜଗତସିଂହପୁର ସଦର ମହକୁମା ଚର୍ଚ୍ଚିକା ବଜାର ଠାରେ ଥିବା ଅନୁଷ୍କା କ୍ୟାସଲ କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ନିଜ ଅକ୍ତିଆରକୁ ନେଇଛି। ଏହି ମଣ୍ଡପ ମାଲିକାନାରେ ଥିବା ଚାନ୍ଦୁରା ଗାଁର ଦେବିଦତ୍ତ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ନାମରେ ପି ଏନ ବି ବ୍ୟାଙ୍କରୁ କୋଟିକୋଟି ଟଙ୍କା ଋଣ ଆଣି ସୁଝି ନପାରିବାରୁ ବ୍ୟାଙ୍କ୍ କତୃପକ୍ଷ ବନ୍ଧକ ଥିବା ଉକ୍ତ ମଣ୍ଡପକୁ ନିଜ ଅଧିନକୁ ନେଇଛି।ବିଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ୍ କରାଯାଇଥିଲା।

ସୂଚନା ମୁତାବକ ଚାନ୍ଦୁରା ଗ୍ରାମର ଦେବିଦତ୍ତ ମହାନ୍ତିଙ୍କ ତିନିମହଲା କୋଠା ଘରେ ଏକ ବିବାହ ମଣ୍ଡପ ସହିତ କିଛି ଦୋକାନ ଘର ଚର୍ଚ୍ଚିକା ବଜାର ଠାରେ ଥିଲା।ଏହି ସ୍ଥାନକୁ ବନ୍ଧକ ରଖି ଦେବିଦତ୍ତ ମହାନ୍ତିଙ୍କ ପୁଅ ମାନଙ୍କ ଦ୍ଵାରା ପ୍ରାୟ ସାଢେ଼ ଚାରିକୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ଆଣିଥିଲେ।ବ୍ୟାଙ୍କ୍ ଏହି ଋଣ ଟଙ୍କା କୁ ସୁଝିବାକୁ ବାରମ୍ବାର ନୋଟିସ କରିବା ପରେ ଦେବିଦତ୍ତ ମହାନ୍ତିଙ୍କ ପରିବାର ଲୋକେ କର୍ଣ୍ଣପାତ କଲେନାହିଁ।ଋଣ ଖିଲାପ କାରଣରୁ ବ୍ୟାଙ୍କ୍ ନିକଟରେ ବନ୍ଧକ ଥିବା ଘରକୁ ନିଜ ଅକ୍ତିଆରକୁ ନେବାକୁ ଗତ ତା ୨ ଫେବୃଆରୀ ୨୦୨୪ରେ ରୋହନ ଇଲେକ୍ଟ୍ରୋନିକ୍ସ ଓ ସେମାନଙ୍କ ଗ୍ୟରେଣ୍ଟର ଅନଙ୍କୁ ଚିଠି ନମ୍ବର ୪୪୨ ଓ ୪୪୩ ରେ ନୋଟିସ କରି ବ୍ୟାଙ୍କ୍ କତୃପକ୍ଷଙ୍କୁ ଘର ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବ୍ୟାଙ୍କ୍ ପକ୍ଷରୁ ଜଗତସିଂହପୁର କୋର୍ଟରେ କେସ ଦାୟର କରାଯାଇଥିଲା।

ମାନ୍ୟବର ଆଦଳତଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଜାଗାକୁ ବ୍ୟାଙ୍କ୍ ନିଜ ଅକ୍ତିଆରକୁ ନେଇଛି।ତେବେ ବ୍ୟାଙ୍କ୍ ପକ୍ଷରୁ ତାଙ୍କ ପାଖକୁ କୌଣସି ନୋଟିସ ଆସିନାହିଁ ବ୍ୟାଙ୍କ୍ କତୃପକ୍ଷ ତରବରିଆ ଭାବରେ ଏଭଳି ବେଆଇନ ଭାବରେ ଆଇନ ର ଆଶ୍ରୟ ନେଇ ଘରକୁ ଅକ୍ତିଆର କରିଛନ୍ତି ।ଏଥି ପାଇଁ ଉପର କୋର୍ଟକୁ ଯିବୁ ବୋଲି ଦେବିଦତ୍ତ ମହାନ୍ତିଙ୍କ ପୁଅ କହିଛନ୍ତି।ଅନ୍ୟପଟେ ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କ୍ ଏହି ଜାଗାକୁ ନିଜ ଅକ୍ତିଆରକୁ ନେଇଛି ବୋଲି ତାଙ୍କ ଓକିଲ କହିଥିବା ବେଳେ ବ୍ୟାଙ୍କ୍ କତୃପକ୍ଷ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

Spread the love