31

ବିଧାୟକଙ୍କ ସମୀକ୍ଷା ବୈଠକକୁ ନେଇ ସନ୍ଦେହରେ ସାଧାରଣ ଜନତା!

ଜଗତସିଂହପୁର: ମୋତେ ଯେତେ ମାଠିବୁ ମାଠ ମୁ ସେଇ ଦରପୋଡା କାଠ ନୀତିରେ ଚାଲିଛି ଜଗତସିଂହପୁର ରାଜନୀତି।ଦିର୍ଘ୍ ୨୪ ବର୍ଷ ବିଜେଡି ସରକାରଙ୍କ ଦୁର୍ନୀତି ରେ ଜର୍ଜରିତ ଭୋଟର ମାନେ ୨୦୨୪ ନିର୍ବାଚନରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସହିତ ସରକାର ପରିବର୍ତ୍ତନ କଲେ କେବଳ ନ୍ୟାୟ ପାଇବା ପାଇଁ।ହେଲେ ଭୋଟର ମାନେ ବାଛିଥିବା ନେତା ଙ୍କ ପାଇଁ ଯେଉଁ ଆସା କରିଥିଲେ ସେଭଳି କୋୖଣସି ଆକ୍ସନମୁଡ ଦେଖିବାକୁ ନ ପାଇଁ ଅସନ୍ତୋଷ।ନବନିର୍ବାଚିତ ବିଜେପି ବିଧ୍ୟାୟକଙ୍କ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଜି ଥିଲା ପ୍ରଶାସନିକ ସ୍ତରରେ ପ୍ରଥମ ସମୀକ୍ଷା ବୈଠକ।ବୈଠକରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାରେ ବିଗତ ସରକାରଙ୍କ ଶାସନ ସମୟରେ ହୋଇଥିବା ବିଭିନ୍ନ ବିଭାଗର ଦୁର୍ନୀତି ବିରୋଧରେ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ସମସ୍ତେ ଅପେକ୍ଷା କରିଥିବା ବେଳେ ବିଧାୟକଙ୍କ କାର୍ଯ୍ୟକଳାପ କୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ।

ବିଜେଡି ସରକାର ସମୟରେ ସବୁଠାରୁ ବେଶୀ ଦୁର୍ନୀତି ଗ୍ରସ୍ଥ ବିଭାଗ ର ଅଧିକାରୀଙ୍କୁ ବିଧାୟକ ସେମାନଙ୍କୁ ଆଶ୍ୱସ୍ତି ଦେବା ସହିତ କମ୍ ଦୁର୍ନୀତି କରିଥିବା ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ବର୍ଶିଥିଲେ।ବିଜେଡ଼ି ସରକାର ସମୟରେ ସବୁଠୁ ଅଧିକ ଦୁର୍ନୀତି ଗ୍ରସ୍ତ ଆର୍ ଡି,ଓ ଅର୍ ଆଣ୍ଡ ବି, ଏବଂ ଆର ଡ ବ୍ଲୁ ଏସ ଏସ/,ଡ୍ରେନେଜ୍ ଓ ଜଳ ସମ୍ପଦ କାର୍ଯ୍ୟାଳୟ ର ଅଧିକାରୀ ମାନଙ୍କୁ ସମବେଦନା ଜଣାଇ ବ୍ଲକ,ତହସିଲ,କୃଷି, ହଟିକଲଚର୍,ସମବାୟ,ବିଦ୍ୟୁତ୍, ପୌରପରିଷଦ,ଆଦି କାର୍ଯ୍ୟାଳୟର କାର୍ଯ୍ୟକାରିତା ଉପରେ ଅଧିକାରୀମାନଙ୍କ ଉପରେ ବର୍ଶିଥିଲେ ବିଧାୟକ ଅମରେନ୍ଦ୍ର ଦାସ।ବିଭାଗୀୟ ଙ୍କ ସହିତ ସମୀକ୍ଷା ବୈଠକ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ।ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ଅମରେନ୍ଦ୍ର ଦାସ।ଜିଲ୍ଲାରେ କଣ କାମ ହୋଇଛି csr ତଥ୍ୟ ନଥିବା କହିଲେ ଅତିରିକ୍ତ ଜିଲ୍ଲାପାଳ।ସାତଦିନ ମଧ୍ୟରେ ମିଳିଥିବା ତଥ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ବିଧାୟକ।

ଜିଲ୍ଲାର କୋଟିକୋଟି ଟଙ୍କାର ବସ ଷ୍ଟାଣ୍ଡ,ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ କୁ କାର୍ଯ୍ୟକ୍ଷମ ,ଜିଲ୍ଲାରେ କ୍ରୀଡା ବିଭାଗକୁ ଗୁରୁତ୍ଵ, ଗାରୋଇ ଜଗନ୍ନାଥ ମନ୍ଦିର ପାଖ ପୋଖରୀକୁ ବୋର୍ଟିଂ ସହ ଧୂଳେଶ୍ୱର୍ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ଭାବେ କରାଯିବା ପାଇଁ ଦେଲେ ନିର୍ଦ୍ଦେଶ।ନୂଆ ଓ ସ୍ପୋର୍ଟସ ଅର୍ଥ କେତେ ଆସିଛି ଓ କାହା ଆକାଉଣ୍ଟ କୁ ଆସିଛି ତଥ୍ୟ ମାଗିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ।ଜଗତସିଂହପୁର ମେଡ଼ିକାଲରେ ଥିବା ଆଇସିୟୁ କି କାର୍ଯ୍ୟକାରୀ କରିବା ପାଇଁ କହିବା ସହିତ ଜଗତସିଂହପୁର ପୌରପରିଷଦ ରେ ଡ୍ରେନ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ।ଏହି ସମୀକ୍ଷା ବୈଠକରେ ସମସ୍ତ ବିଭାଗର ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love