32

ବାଙ୍ଗଲାଦେଶରେ ହିଂସା ଓଡ଼ିଶା ପାଇଁ ଚିନ୍ତା!

କେନ୍ଦ୍ରାପଡା: ବାଙ୍ଗଲାଦେଶରେ ହିଂସା ଓଡ଼ିଶାକୁ ଚିନ୍ତା। ସମୁଦ୍ର ଦେଇ ଓଡ଼ିଶାକୁ ପ୍ରବେଶ ପାଇଁ ଜଗି ବସିଛନ୍ତି ଲକ୍ଷ ଲକ୍ଷ ବାଙ୍ଗଲାଦେଶୀ। ଏବେ ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ ବାଙ୍ଗଲାଦେଶୀ ରହିଥିବା ବେଳେ। ଉପକୂଳ ଅଞ୍ଚଳରୁ ବାଂଲାଦେଶୀଙ୍କୁ ତାଡ଼ିବା ପାଇଁ ଏବିଭିପି ପକ୍ଷରୁ ହେଇଛି ବଡ ଦାବି। ବଙ୍ଗଳାଦେଶରେ ଭୟଙ୍କର ହିଂସା ସହ ହିନ୍ଦୁମାନଙ୍କୁ ଟାର୍ଗେଟ କରି ଆକ୍ରମଣ ହେଉଛି। ଯେଉଁଥି ପାଇଁ ଜୀବନ ବିକଳରେ ଲକ୍ଷ ଲକ୍ଷ ବାଂଲାଦେଶୀ ଭାରତ ଆଡ଼କୁ ମାଡି ଆସୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଦେଶର ସୁରକ୍ଷା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ବିଶେଷ କରି ଓଡିଶା ପ୍ରତି ଅଧୀକ ବିପଦ ରହିଥିବା ସୂଚନା ମିଳିଥିବା ବେଳେ ଉପକୂଳ ଅଂଚଳରେ ସୁରକ୍ଷା କଡାକଡି କରାଯାଇଛି। ବେଆଇନ ଅନୁପ୍ରବେଶ ଓ ରୋହିଜ୍ଞା ସମସ୍ୟା ଓଡ଼ିଶା ପାଇଁ ଦୀର୍ଘ ବର୍ଷରୁ ଚିନ୍ତାର କାରଣ ହୋଇଥିବା ବେଳେ ଏବେ ଅଧିକ ବାଂଲାଦେଶୀ ଆସିଲେ ରାଜ୍ୟରେ ଭଙ୍କର ସ୍ଥିତି ହେବ ବୋଲି କୁହାଯାଉଛି। ବାଂଲାଦେଶୀ ଅନୁପ୍ରବେଶକାରୀ ଦୀର୍ଘବର୍ଷ ଧରି ଆମ ରାଜ୍ୟର ବିଶେଷ କରି ଉପକୂଳ ଜିଲ୍ଲାକୁ କବଜା କରି ରଖିଛନ୍ତି। ରାଜ୍ୟର ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ରୋହିଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଥିବା ବେଳେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି। ଏମାନେ ସ୍ଥାନୀୟ ସୁରକ୍ଷା ସହିତ ଜାତୀୟ ସୁରକ୍ଷା ପ୍ରତି ମହା ବିପଦ ସୃଷ୍ଟି କରୁଛନ୍ତି। ବିଗତ ଦିନରେ ଅନୁପ୍ରବେଶକାରୀଙ୍କ ଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲକାଟି ରେଡ଼ିଓ ଷ୍ଟେସନ ନିର୍ମାଣ, ଜାତୀୟ ପତାକା ପୋଡି, ସମୁଦ୍ରରେ ବେନିୟମ ମାଛ ଧରା, ନିଷାକାରବାର, ଗୋରୁଚାଳାନ, ମନ୍ଦିରରେ ମୂର୍ତ୍ତି ଚୋରିଭଳି ଅନେକ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି। ଯାହା ସମଗ୍ର ରାଜନଗର ଓ କେନ୍ଦ୍ରାପଡ଼ା ଜିଲ୍ଲା ର ସୁରକ୍ଷା କୁ ବିପନ୍ନ କରିଛି। ବର୍ତ୍ତମାନ ରାଜନଗର ଅଞ୍ଚଳରେ ହଜାର ହଜାର ଅନୁପ୍ରବେଶକାରୀ ଓ ରୋହିଜ୍ଞାମାନେ ବେନୀୟମଭାବେ ବସବାସ କରିବା ସହ ଅନେକ ଅପରାଧୀକ କାର୍ଯ୍ୟରେ ଲିପ୍ତରହି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରୁଛନ୍ତି। ପୋଲିସ ପ୍ରଶାସନକୁ ମଧ୍ୟ ଏମାନେ ମାନୁ ନାହାନ୍ତି। ତେବେ ଏହା ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜନଗର ନଗର ତରଫରୁ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋପ ପ୍ରଦର୍ଶନ କରିବା ସହ ଏମାନଙ୍କୁ ତୁରନ୍ତ ହଟେଇବା ପାଇଁ ଦାବୀ କରୁଛନ୍ତି। ଏବିଭିପି ପକ୍ଷରୁ ରାଜନଗର ଜଗନ୍ନାଥ୍ ମନ୍ଦିର ଛକରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରାଯାଇ ବାଂଲାଦେଶୀ ତଥା ରୋହିଜ୍ଞା ମାନଙ୍କୁ ରାଜନଗର ରୁ ତୁରନ୍ତ ତଡିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଅଜୟ କୁମାର ମାହାନ୍ତି ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ଅଜୟ ମାହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଖାଯାଉ ବାଂଲାଦେଶୀ ଅନୁପ୍ରବେଶକାରୀ ହଟୁଛନ୍ତି କି ନାହିଁ?

Spread the love