26

ଜଣେ ବ୍ୟକ୍ତିଙ୍କ ଘରେ ପଶି କଳା କନା ବୁଲାଇଲେ ଦୃର୍ବୁତ୍ତ।

କୁଜଙ୍ଗ: ରାତି ଅଧିଆ ଜଣେ ବ୍ୟକ୍ତିଙ୍କ ଘରେ ପଶି କଳା କନା ବୁଲାଇ ଅନ୍ୟ ଜଣଙ୍କ ଘରେ ଫିଙ୍ଗି ଦେଲେ ଦୃର୍ବୁତ୍ତ।ସୁନା ଅଳଙ୍କାର ଓ ଟଙ୍କା ଚୋରୀ ହୋଇଥିବା ନେଇ ବ୍ୟକ୍ତିଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଘଟଣାର ତଦନ୍ତ ଜାରୀ ରଖିଛି କୁଜଙ୍ଗ ପୋଲିସ୍।ଏପରି ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତ ଫତେପୁର ଗ୍ରାମର ୩ନଂ ୱାର୍ଡ଼ ପାଇକ ସାହିରେ।ତେବେ ଫତେପୁର ୩ନଂ ୱାର୍ଡ଼ ପାଇକ ସାହିର କୁମର ପ୍ରଧାନ ଗତ ସୋମବାର ରାତିରେ ଘରେ ନଥିବାର ସୁଯୋଗ ନେଇ ରାତି ଅଧିଆ କେହି ଦୃର୍ବୁତ୍ତ ତାଙ୍କ ଘରେ ପଶି ବାକ୍ସ ଭିତରେ ଥିବା ଗୋଟିଏ ସୁନା ଚେନ୍,ଗୋଟିଏ ମଙ୍ଗଳ ସୂତ୍ର,ଚାରି ହଳ କାନ ଫୁଲ ଓ ୨୫ ହଜାର ଟଙ୍କା ଲୁଟି ନେଇଥିବା ବେଳେ ଗତ ୬ତାରିଖ ମଙ୍ଗଳ ବାର ଦିନ ସ୍ଥାନୀୟ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇ କୁମର ଲିଖିତ ଅଭିଯୋଗ କରିଛନ୍ତି।ମାତ୍ର କୁମର ପ୍ରଧାନଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ କୁଜଙ୍ଗ ପୋଲିସ୍ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ସୁନା ଅଳଙ୍କାର ଓ ଟଙ୍କା ଚୋରୀ କରି ଥିବା କେହି ଦୃର୍ବୁତ୍ତ ଅନ୍ୟ ଜଣେ ପଡ଼ୋଶୀଙ୍କ ଘରେ ଫିଙ୍ଗି ଦେଇଥିବା ପରିଲକ୍ଷିତ ହୋଇଛି।ଏନେଇ କୁଜଙ୍ଗ ପୋଲିସ୍ ଚୋରୀ ସାମଗ୍ରୀର ପର୍ଦ୍ଦାଫାସ୍ କରିବା ପାଇଁ ଜଗତସିଂହପୁର ଡର୍କ୍ସ ସ୍କାଡ୍ ସାହାଯ୍ୟରେ ଅଧିକ ତଦନ୍ତ ଜାରୀ ରଖିଥିବା ବେଳେ ଚୋରକୁ ଗିରଫ କରିବା ପାଇଁ କୋହଭରା କଣ୍ଠରେ କୁମର ପ୍ରଧାନ ଆକୁଳ ନିବେଦନ କରିଛନ୍ତି।

 

Spread the love