ସମ୍ବଲପୁର: କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ତୁରେଇ ନିକ୍ତିମାଲ ଗ୍ରାମ ଦେଇ ମାଣ୍ଡିଆପୁରା ତୁରେଇ ଗ୍ରାମ ପଞ୍ଚାୟତ ମହୁଲପାଲି ପଞ୍ଚାୟତକୁ ସଂଯୋଗ କରୁଥିବା ଡ଼ାଇଭର୍ସନ ପୋଲ ବନ୍ୟାଜଳରେ ଧୋଇଯିବାରୁ ଅଞ୍ଚଳର ଲୋକମାନେ ଯାତାୟାତ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ପୁର୍ତ୍ତ ବିଭାଗ ଦ୍ୱାରା ଏକ ନୂତନ ପୋଲ ନିର୍ମାଣ ଚାଲିଛି। ଜନ ସାଧାରଣ ଯିବା ଆସିବା କରିବା ପାଇଁ ଡ଼ାଇଭର୍ସନ ନିର୍ମାଣ ହୋଇଥିଲା କିନ୍ତୁ ପ୍ରବଳ ବର୍ଷା ହେବା ଫଳରେ ଡ଼ାଇଭର୍ସନ ଏକ ତୁରେଇ ନିକ୍ତିମାଲ ରୁ ତୁରେଇ ଧୋଇ ହୋଇ ଯାଇଛି।ଏହି ରାସ୍ତାଟି ମହୁଲପାଲି କେଶାଇବାହାଲ ବାମରା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ଆଜି ସକାଳ ପ୍ରବଳ ଅତିପ୍ରବଳ ଯେଉଁ ବର୍ଷା ହେଲା ତାହା ବନ୍ୟାଜଳ ରେ ପରିଣତ ହେଇ ପୁର୍ତ୍ତି ବିଭାଗର ଦ୍ୱାରା ତିଆରୀ ହୋଇଥିବା ଡାଏର୍ଭସନ୍ ଯୋଗୁଁଁ ଆଜି ସକାଳେ ଧୋଇନେଲା ପୋଲ ଏହି ରାସ୍ତା ଦେଇ ପ୍ରତ୍ୟକେ ଦିନ ସ୍କୁଲ କଲେଜ ସହ ମେଡିକାଲ କୁ ଶହ ଶହ ଲୋକ ଦୈନନ୍ଦିନ ଯିବା ଆସିବା କରନ୍ତି କିନ୍ତୁ ପୁର୍ତ୍ତ ବିଭାଗର ଖାମଖିଆଲି କାମ ଯୋଗୁଁ ଦୁଇ,ଚାରି ଚକିଆ ଭାରିଯାନ ଯହ ଆମ୍ବୁଲାନ୍ସ ଯିବା ସମ୍ଭଵପର ହେଇପାରୁନି। ତୁରନ୍ତ ଡାଏର୍ଭସନ୍ଏହି ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି