30

ଉଲୁଣ୍ଡା ସହରରେ ଚାଲିଛି ମଦ ଓ କଫ ସିରଫ ମାଫିଆଙ୍କ ରାଜ!

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ ଗୁରୁତ୍ଵପୂର୍ଣ ଥାନା ହେଉଛି ଉଲୁଣ୍ଡା I ବର୍ତ୍ତମାନ ଏହି ଥାନା ଅଞ୍ଚଳରେ ବେଆଇନ ମଦ ମାଫିଆ ଏବଂ କଫ ସିରଫ ମାଫିଆଙ୍କ ରାଜ ଚାଲିଥିବା ଚର୍ଚ୍ଚା ଯୋର ଧରିଛି । ଏହାସହ ସଟା ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଜନ ଅସନ୍ତୋଷ ଘନେଇବାରେ ଲାଗିଛି । ହେଲେ ପରେ ଜଣା ପଡିଲା ଏହା ମାସିକିଆ ଚାନ୍ଦା ବଢେଇବା ପାଇଁ ଉଲୁଣ୍ଡା ଆଇଆଇସିଙ୍କ ପ୍ରାୟୋଳିତ ଏକ ଲୋକ ଦେଖାଣିଆ ଷ୍ଟଣ୍ଟ ଥିଲା । ଆଇଆଇସି ପଞ୍ଚାନନ ନାଏକ ଉଲୁଣ୍ଡା ଥାନାରେ ଯୋଗଦେବା ପରେ ଉଲୁଣ୍ଡା ବ୍ଲକରେ ବର୍ତମାନ ପୂର୍ବାପେକ୍ଷା ଆହୁରି ଯୋଇସୋରରେ ମଦ ମାଫିଆଙ୍କ ରାଜ ଚାଲିଥିବା ଆଲୋଚନା ହେଉଛି । ଏସବୁକୁ ଲକ୍ଷ୍ୟକରି ଏହା କଫ ସିରଫ ମାଫିଆ ଏବଂ ମଦ ମାଫିଆ ମାନଙ୍କ ଠାରୁ ମାସକିଆ ବଟି ବଢ଼େଇବା ପାଇଁ ଉଲୁଣ୍ଡା ପୋଲିସ ପକ୍ଷରୁ ଏକ ପ୍ଲାନ କରାଯାଇଥିଲା ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଉଲୁଣ୍ଡା ଥାନାର ଢ଼ାବା ମାନଙ୍କରେ ଦେଶୀ ବିଦେଶୀ ମଦର ବନ୍ୟା ଛୁଟି ବାରେ ଲାଗିଛି। ପୂର୍ବାପେକ୍ଷା ଉଲୁଣ୍ଡା ଥାନାର ବିଭିନ୍ନ ଅଞ୍ଚଳରେ ସଟ୍ଟା ଖେଳ ମଧ୍ୟ ବୃଦ୍ଧି ପାଇଥିବା ଅଞ୍ଚଳବାସୀ ଚର୍ଚା କରୁଛନ୍ତି । ଯଦି ଏହି ଧାରା ଜାରିରୁହେ ତେବେ ଅଞ୍ଚଳରେ ଅରାଜକତା ବଢିବ ବୋଲି ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

Spread the love