ସମ୍ବଲପୁର: ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତ ରାଜ ଓ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଦେଲେ ବଡ ବୟାନ୍।କହୁ କହୁ କହିଦେଲେ ନାଁ ସରକାର ନେଇଛନ୍ତି ଏଭଳି ନିଷ୍ପତ୍ତି ଜଣାନାହିଁ କାହାକୁ।କିନ୍ତୁ ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର ଦେଉଛି ଭିନ୍ନ ଇସାରା।ଭଲ ଭାବେ ଥରେ ଶୁଣି ନିଅନ୍ତୁ ଆମ ପ୍ରିୟ ମନ୍ତ୍ରୀ ରବି ନାୟକ କଣ କହୁଛନ୍ତି ? ହେଲେ ସବୁଠୁ ବଡ ପ୍ରଶ୍ନ ଦାଗ ଲାଗିଲାଣି ଆଜିଠୁ । ସେ କହୁ କହୁ କହିଦେଲେ ନାଁ ତାଙ୍କୁ ଏହା କହିବାକୁ ବାଧ୍ୟ ହେବାକୁ ପଡିଲା ?
ଏହାତ ଲାଗୁଛି ବିଜେଡିକୁ ଶାସନ ଗାଦିରେ ବସାଇଥିବା ବିଜେପି, ବିଜେଡିକୁ ବଞ୍ଚାଇବା ପାଇଁ ଏବେଠୁ ଲାଗିଲେଣି।ନରେଗା ଯୋଜନାରେ ବିଜେଡି କଲା ଆଖିମୁଜା ଦୁର୍ନୀତି ଆଉ ବିଜେପି ସରକାର ଆସିଲା ପରେ ତାକୁ ଯେମିତି ଆଇନରେ ପରିଣତ କରିବ ଏଭଳି ଇସାରା ଦେଲେଣି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ। ଜଳ ସଂରକ୍ଷଣ ଭଳି ଏକ ମୌଳିକ ସମସ୍ୟା ନେଇ ସାମ୍ବାଦିକ ଙ୍କ ପ୍ରଶ୍ନରେ ଘାଇଲା ହେଲା ପରି ମନ୍ତ୍ରୀଙ୍କ କଥା ଅଙ୍କ କଷୁଥିବା ଭଳି ସାମ୍ନାକୁ ଆସିଲାଣି।ମନ୍ତ୍ରୀଙ୍କ ଏହି ମାପ ଚୁପ କଥା ଏବେ ଭାରି ଭାରି ଲାଗିଲାଣି ଜନତାଙ୍କୁ।
ନରେଗା ଭଳି କାମରେ ବହୁ ନିୟମ ରହିଛି ଏହା ସତ ହେଲେ ଜଳ ସଂପଦ ଭଳି ସଂରକ୍ଷଣ କେଉଁ ଭୂମିରେ ହେବ ଓ କେମିତି ହେବ ତାହା ବିଭିନ୍ନ ବିଭାଗ ମାଧ୍ୟମରେ ନିର୍ଣ୍ଣୟ କରାଯାଇ ପାରିବ।ଏହାର ସଦ୍ ଉପଯୋଗ ପାଇଁ ସମ୍ମନ୍ୱୟର ଆବଶ୍ୟକ ଅଛି ନାଁ ମନ୍ତ୍ରୀଙ୍କ କଥାର ଗୁରୁତ୍ୱ ରହିଛି ? ଏହାକୁ ନେଇ କେବଳ ଚର୍ଚା ଆରମ୍ଭ ହୋଇନି। ବରଂ ଚର୍ଚା ବଡ ଯୋର ଧରିରାଣି ବିଜେଡିର ଅପାରଗତା ଓ ଦୁର୍ନୀତି କୁ ଆଖିମୁଜି ମୋହନ ସରକାର କ’ଣ ତାକୁ ଆଇନରେ ଆଣି ବିଜେଡିର ସବୁ ଦୋଷ ନିଜେ ମୁଣ୍ଡେଇ ନେବେ ନାଁ ଏକ ଅସ୍ୱଚ୍ଛ ସରକାରଙ୍କୁ ସ୍ୱଚ୍ଛ ସରକାରର ସାର୍ଟିଫିକେଟ୍ ଦେବାକୁ ଏଭଳି ବିଚାର ଆରମ୍ଭରୁ ରଖିଲେଣି