କଟକ: ଅସରାଏ ବର୍ଷା ସମ୍ଭାଳି ପାରିଲାନି ବିଜେଡି ରାସ୍ତା। କଟକ ବାସୀଙ୍କୁ ବିଜେଡି ଦେଉଛି ଧୋକା। ବଡ ଅଘଟଣରୁ ରକ୍ଷା ପାଇଗଲେ ଲୋକେ। ଜାଇକା ଯନ୍ତ୍ରଣା ରେ ଜର୍ଜରିତ କଟକବାସୀ। ପ୍ରତ୍ୟେକ ଦିନ ଭୋଗୁଛନ୍ତି ଯମ ଯନ୍ତ୍ରଣା। ଜାଇକା ସହ ବିଜେଡି ସହରବାସୀଙ୍କ ପାଇଁ ତିଆରି କରିଛି ମରଣ ଜନ୍ତା। କଟକ ସହରରେ ନିମ୍ନ ମାନର କାମ ପାଇଁ ଦବିଲା ରାସ୍ତା। ଲଘୁଚାପଜନିତ ବର୍ଷା ଯୋଗୁଁ ନୂଆପଡ଼ାରୁ ଖାନନଗର ରାସ୍ତା ରାସ୍ତା ମଝିରେ ପାଖାପାଖି ପଚାଶ ମିଟର୍ ରୁ ଉର୍ଦ୍ଧ୍ବ ରାସ୍ତା ଦବି ଯାଇଥିବା ବେଳେ ବିରାଟ ବଡ ଗାତ ସୃଷ୍ଟି ହୋଇଛି। ପାଣି ପାଇପ ଫାଟି ଏହି ରାସ୍ତା ଦବି ଯାଇଥିବା ଜଣା ପଡ଼ିଛି। କଟକ ସହରର ବିଭିନ୍ନ ସ୍ଥାନରେ ମାଟି ତଳେ ଜାଇକା ବିନା ଟେକ୍ନିକାଲ କରାଯିବା ସହ ଖାମଖିଆଲ ଭାବେ ପାଇପ୍ ଲାଇନ୍ ପକାଉଛି ଫଳରେ ବିଭିନ୍ନ ସ୍ଥାନରେ ମାଟି ଦବି ଯାଉଛି। ଜାଇକାର ଏହି ପ୍ରକଳ୍ପ ତିଆରି କରିବା ସମୟରେ ବିଭାଗୀୟ ଅଧିକାରୀ ସଠିକ୍ ଅନୁଧ୍ୟାନ ନ କରିବାରୁ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହୋଇଛି।
ସେପଟେ ସହରବାସୀ ଜାଇକା ଓ ସି ଏମ ସି କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।ଏବେ ଏହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆଜି ଘଟଣାସ୍ଥଳରେ ସି ଏମ୍ ସି ର ମେୟର ସୁବାଷ ସିଂ,ଜାଇକା ର କନିଷ୍ଠ ଯନ୍ତ୍ରୀ ଓ ବିଜେପି ନେତା ଶ୍ରୀତମ ଦାସ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଏହାର କିଭଳି ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ଆଲୋଚନା କରିଥିଲେ। ତେବେ ଏହାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡି ବିଜେପି। ବିଜେଡି ୫ ଟି ନାଁ ନେଇ ଲୋକଙ୍କୁ ଧୋକା ଦେଇଛି ବିଜେପି କହୁଥିବା ବେଳେ। ବିଜେଡି ମାଟି ଦୁର୍ବଳ ଓ ଅନ୍ୟ ବାହାନା ଦେଖାଇବା ସହ ଏହାର ସମୀକ୍ଷା କରି ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି। ତେବେ ଦେଖାଯାଉ କେବେ ସରୁଛି କଟକ ବାସୀଙ୍କ ଦୁଃଖ।