28

ଆଖିରେ ଆଙ୍ଗୁଠି ଗେଞ୍ଜି ବସିଛନ୍ତି ସରପଞ୍ଚ ଓ ବିଧାୟକ!

କେନ୍ଦ୍ରାପଡା: ରାସ୍ତ ନୁହେଁ ଯମ ପୁରକୁ ବାଟ ହୋଇଛି; ଅଭିଯୋଗ ଆଣିଲେ ଗ୍ରାମବାସୀ କଦର୍ଯ୍ୟ ରାସ୍ତା ପାଇଁ ଯମଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ ରାଜ୍ୟରେ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କ ଯାତାୟତ ସୁବିଧା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍କା ରାସ୍ତା ବା ପିଚୁ ରାସ୍ତାର ବ୍ୟବସ୍ଥା କରିଛନ୍ତି । ଏଥିନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ପ୍ରକୃତ ପକ୍ଷେ ଏହି ସବୁ ଯୋଜନା ଗୁଡିକ ସଠିକ୍ ଭାବରେ ଗାଁ ଗହଳିରେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ।

ଆମେ କହୁଛୁ, ରାଜନଗର ବ୍ଲକ କେରୁଆ ପାଳ ପଞ୍ଚାୟତ ସ୍ଥିତ ଦେଉଳସାହି ଓ ଅନନ୍ତ କେଶରୀ ଗାଁର କଥା । ଏହି ଦୁଇ ଗାଁର ଶେଷ ସୀମା ଠାରୁ ଖସମୁଣ୍ଡା ପର‌୍ୟ୍ୟନ୍ତ, ଆର ଡି ରାସ୍ତା କଡରେ ପାଣି ନାଳ ଥିବାବେଳେ ଅନ୍ୟପଟେ ଅନନ୍ତ କେଶରୀ ସିତଳା ଦେବି ମନ୍ଦିର ଠାରୁ ଖାସମୁଣ୍ଡା ପର‌୍ୟ୍ୟନ୍ତ ୧.୫ କିଲୋମିଟର ଦୁଇ ପଟ ରାସ୍ତା ପାଲଟିଛି ମରଣଯନ୍ତା । ସବୁଠୁ ବଡ଼ କଥା ହେଉଛି ରାଜନଗର ବ୍ଲକର କେରୁଆ ପାଳ ପଞ୍ଚାୟତ ହେଉଛି ଉପାନ୍ତ ଅଞ୍ଚଳ ଏଠି ଦୀର୍ଘ ଦିନ ଧରି ବଙ୍ଗ ଭାଷାଭାଷୀ ଲୋକ ମାନେ ବସ ବାସ କରିଆସୁଛନ୍ତି। କାଦୁଅ ରାସ୍ତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନରେ ଗାଡ଼ି ବାହାରିବା ତ ଦୂରର କଥା ମଣିଷ ଟିଏ ମଧ୍ୟ ଏହି ରାସ୍ତରେ ଯିବା ଆସିବା କଷ୍ଟକର । ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ ଏ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ଦଳୀୟ ମନଭାବ ପାଇଁ ଏହି ପଞ୍ଚାୟତର ଲୋକ ମାନଙ୍କ ସମସ୍ୟାକୁ ଜାଣିଶୁଣି ଅଣଦେଖା କରୁଛନ୍ତି । ଯେଉଁଥିପାଇଁ ଏହି ରାସ୍ତାରେ ଉପରେ ନିର୍ଭର କରୁଥିବା ଲୋକମାନେ ଯମଯନ୍ତ୍ରଣା ଭୋଗୁଛନ୍ତି।
୧୦ ବର୍ଷ ବିତଯାଇଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସପନ କୁମାର ପରିଡ଼ା ଓ ବିଧାୟକ ଧ୍ରୁବ ଚରଣ ସାହୁ ଏହି ଦୁଇ ଗାଁ ଲୋକ ମାନଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚୁପ୍ ବସିଛନ୍ତି ବୋଲି ଗ୍ରାମ ବାସି ମାନେ ଅଭିଯୋଗ କରିଛନ୍ତି।ଗାଁ ଭିତରକୁ ଯିବା ପାଇଁ ଏହି ଗୋଟିଏ ମୁଖ୍ୟ ରାସ୍ତା, ଅନ୍ୟ କୌଣସି ବାଟ ନାହିଁ ।ଗାଁରେ କୌଣସି ଅଘଟଣ ଘଟିଲେ, ଆମ୍ବୁଲାନ୍ସ କି ଦମକଳ ଯିବା ଅସମ୍ଭବ । ବର୍ଷାଦିନେ ସ୍କୁଲପିଲାମାନେ କାଦୁଅ ରାସ୍ତାରେ ଯାଉ ଯାଉ କିଏ ଗୋଡ଼ଖସି ପଡୁଛି ତ, ଆଉ କିଏ ସ୍କୁଲକୁ ବର୍ଷାରେ ନ ଯାଇ ପାଠପଢା ବନ୍ଦ କରିଦେଉଛି। ଅଭିଯୋଗ ପରେ ଅଭିଯୋଗ ହେଉଛି କିନ୍ତୁ ଆଖିରେ ଆଙ୍ଗୁଠି ଗେଞ୍ଜି ବସିଛନ୍ତି ସରପଞ୍ଚ ଓ ବିଧାୟକ ।
ଅନ୍ୟପଟେ ରାସ୍ତାର ଖାଲ ଏବଂ ପାଣି ଜମିଥିବା ଜାଗାରେ ମହରମ୍ ବା ଡଷ୍ଟ ଗୁଣ୍ଡ ପକାଇଲେ ଆପାତତଃ ବର୍ଷା ଦିନରେ ଯିବା ଆସିବା କରି ପରାନ୍ତେ ବୋଲି ଗ୍ରାମବାସୀ ମାନେ ରାଜନଗର ବିଡ଼ିଓ ଙ୍କୁ ଗୁହାରି କରିଛନ୍ତି । ସରପଞ୍ଚ ତ ଶୁଣିଲେନି ବିଡ଼ିଓ ଏମାନଙ୍କ କଥା ଶୁଣୁଛନ୍ତି, ତାହା ଦେଖିବା ବାକି ରହିଲା । ତେବେ ଯଦି ବିଡିଓ ଦାବି ନ ଶୁଣନି, ଗ୍ରମବାସୀ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love