30

ରାଜ୍ୟ ସରକାରଙ୍କ ମିଶନ ଶକ୍ତି କୁ ନେଇ ପୋଲିସ ହଟହଟା ରେ!

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଟାଉନ ଥାନା ଅଧିନରେ ଥିବା ବରାଗୋଳ ପଞ୍ଚାୟତର ବଡତିହଡା ଗ୍ରାମର ମହାବିର ଗ୍ରୁପ ରୁ ଲଖ୍ୟାଧିକ ଟଙ୍କା ଫ୍ରର୍ଡକରି ଜଣେ ମହିଳା ଦେଖାଉଛନ୍ତି ନାଲି ଆଖି ଜାହାକୁ ନେଇ ଗ୍ରୁପର ସାଧାରଣ ଖଟିଖିଆ ମାଁ ମାନେ ନ୍ୟାୟ ପାଇଁଁ ବାରମ୍ବାର ଥାନା ଠାରୁ ବ୍ଲକ ପ୍ରସାସନ ଓ ସିଡିପିଓ ଙ୍କୁ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳୁ ପାରୁନି ନ୍ୟାୟ। ସୁଚନା ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଅଧିନ ବରାଗୋଳ ପଞ୍ଚାୟତର ବଡତିହଡା ଗ୍ରାମରେ ଥିବା ମହାବୀର ସ୍ବୟଂ ସହାୟକ ଗୋଷ୍ଠୀ ୨୦୦୮ ମସିହାରେ ଅନୁଷ୍ଠିତ ହୋଇଥିଲା।

ଏହି ସଙ୍ଘ ସଭାପତି ଓ ସମ୍ପାଦିକା ଙ୍କୁ ନେଇ ଚାଲୁଥିବା ବେଳେ । ରଘୁନାଥ ପୁର ବ୍ଲକ ଅଞ୍ଚଳ ରେ ଥିବା ଜ୍ୟୋତି ମହାସଂଘ ର ସଭାପତି ବିଷ୍ଣୁ ପ୍ରିୟା ଆଚାର୍ଯ୍ୟ ଅତି ଚତୁରତାର ସହିତ ମହାବୀର ସଙ୍ଘର ମହିଳା ମାନଙ୍କର ସରଳତାର ଫାଇଦା ଉଠାଇ ସଙ୍ଘର କାଗଜପତ୍ର ନେଇ ମହିଳା ମାନଙ୍କ ମହାବୀର ସଙ୍ଘର ନାମରେ ଦୁଇଲକ୍ଷ ପଚାଶ ହଜାର ଟଙ୍କା ।କଳୀଙ୍ଗ ବ୍ୟାଙ୍କସାଖାରୁ ମ୍ୟାନେଜରଙ୍କୁ ହାତରେ ରଖି ବ୍ୟାଙ୍କ ରୁ ଉଠାଇ ନେଇ । ମହିଳା ମାନଙ୍କୁ ଅନ୍ଧାର ରେ ରଖିଥିବା ବେଳେ ୨୦୨୦ ମସିହାରେ ବ୍ୟାଙ୍କ ରୁ ରୁଣପରିଶୋଧ କରିବାକୁ ନୋଟିସ ଜିବା ପରେ। ମହାବୀର ସ୍ଵୟଂସହାୟକ ଗୋଷ୍ଠି ର ମହିଳା ମାନେ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇ ଥିବା ବେଳେ ପୋଲିସ ର ନିର୍ଦେଶ ଅନୁଯାୟୀ ଗ୍ରାମସଭା ହୋଇ ସମାଧାନ ରେ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ସମସ୍ତଙ୍କ ଉପସ୍ଥିତିରେ ଟଙ୍କା ସୁଝିବାକୁ ଲେଖାପଢ଼ା ହୋଇଥିଲା।ହେଲେ ବର୍ତମାନ ବିଷ୍ଣୁପ୍ରିୟା ଆଚାର୍ଯ୍ୟ ସମସ୍ତ ମହିଳା ଙ୍କୁ ଟଙ୍କା ଫାଙ୍କିବା ଓ ମହିଳା ମାନଙ୍କୁ ଦୁଇ ପୁଅଙ୍କୁ ଲଗାଇ ଜିବନ ରୁ ମାରିଦେବା ଓ ଥାନାର ପୋଲିସ ଙ୍କୁ ଗୋଲାମ ଭଳି କହିବାକୁ ନେଇ ବଢତିହଡା ଗ୍ରାମର ମହାବୀର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ତେବେ ଦେଖିବାର ଅଛି ଜଗତସିଂହପୁର ପୋଲିସ କେବେ ଏ ସାଧାରଣ ମହିଳା ଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି।

ଏଠି ଗୋଟେ ପ୍ରଶ୍ନ ଉଠେ ସରକାର ସାରା ରାଜ୍ୟରେ ମହିଳା ମାନଙ୍କୁ ଶଶକ୍ତି କରଣ ପାଇଁ ରୁଣ ପ୍ରଦାନ କରୁଥିବା ବେଳେ। କେତେକ ସ୍ଥାନରେ ବିଷ୍ଣୁପ୍ରିୟା ଭଳି ମହିଳା ନିଜର ସ୍ୱାର୍ଥ ପାଇଁ ସାଧାରଣ ମହିଳା ମାନଙ୍କୁ ଅନ୍ଧାର ରେ ରଖି ମହିଳା ଙ୍କ ଅର୍ଥ କୁ ଲୁଟ କରୁଥିବା ବେଳେ ଅନେକ ସ୍ତାନରେ ଏସ ଓ ଜି ମହିଳା ନିଜେ ଅଧିକ ଅର୍ଥ ଲୋଭରେ ରସୁଣ ଲଗାଇ ଆସୁଛନ୍ତି । ଏଭଳି ସ୍ତରରେ କେବଳ ପୋଲିସ କୁ ହଟହଟା ରେ ପଡ଼ିବାକୁ ପଡୁଛି। ଗୋଟେ ପଟେ ରାଜ୍ୟସରକାର ମହିଳା ମାନଙ୍କର ପାଇଁ ଚିନ୍ତା କରୁଥିବା ବେଳେ ଅନ୍ୟପଟେ ପୋଲିସ କେବଳ ହିଁ ଘାଣ୍ଟି ହେଉଥିବା ର ଦେଖାଯାଉଛି ତେବେ ସରକାର ଙ୍କ ଏଭଳି କରିବାର କାରଣ କଣ ଜାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛ

Spread the love