39

ପୁଣି ଉତପାତ ହେଲେଣି ଅଣ ଓଡ଼ିଆ ବାବୁ ନାଁ ପକେଇ ଦେଲେ ଅଣ ଓଡ଼ିଆ ପୋଲିସ ବାବୁ!

ଭୁବନେଶ୍ୱର: ନାଁ ପକେଇ ଦେଲେ ଅଣ ଓଡ଼ିଆ ପୋଲିସ ବାବୁ। ବଡ ପଦରେ ରହି ଛୋଟ କାମ କଲେ । ନିଆଁ ଲିଭା ଦାୟିତ୍ଵରେ ନେଇଥିଲେ ବାବୁ କିନ୍ତୁ କରୁଥିଲେ ପ୍ରେମ, ମହିଳା ଇନ୍ସପେକ୍ଟରଙ୍କୁ ଟାଣି ଆଣିଲେ ଅଣ ଓଡ଼ିଆ ଆଇପିଏସ
ଖାକି ତଳେ ଲୁଚି ରହିଥିଲା ଶରୀର ଲୋଭି ପଶୁ। କାମନା ନିଆଁରେ ଅନ୍ଧ ହୋଇ ହିତାହିତ ଜ୍ଞାନ ଭୁଲିଗଲେ ଅଣ ଓଡ଼ିଆ ବାବୁ। ନିଆଁ ଲିଭା ବିଭାଗରେ ରହି ନିଜ ପଛରେ ନିଆଁ ଲଗେଇ ଦେଲେ। ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ କାଣ୍ଡଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଅଣ ଓଡ଼ିଆ ବାବୁ ଜଣଙ୍କ ଓଡ଼ିଆ ମହିଳା ଇନ୍ସପେକ୍ଟରଙ୍କୁ ଘର ଭିତରୁ ଟାଣି ଆଣି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୨୭ ତାରିଖ ରାତିରେ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ସରକାରୀ ବାସଭବନକୁ ପ୍ରେମ ନିବେଦନ କରିବାକୁ ଯାଇଥିଲେ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ । ସେ ସମୟରେ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଁଚିଥିଲେ । ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ଓ ଆଇପିଏସଙ୍କ ମଧ୍ୟରେ ମାଡ଼ପିଟର ସୂତ୍ରପାତ ହୋଇଥିଲା ।ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀଙ୍କୁ ଲହୁ ଲୁହାଣ କରିଥିଲେ ଆଇପିଏସ ବାବୁ।

ମହିଳା ଇନ୍ସପେକ୍ଟରଙ୍କୁ ବି ଟାଣି ଆଣିଥିଲେ ବୋଲି କୁହାଯାଉଛି। ଏବେ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଲମ୍ବନ କରିଥିଲେ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରିଛି।
କାହା ବଳରେ ଏତେ ବଳିଆନ ହେଇଗଲେ ଅଣ ଓଡ଼ିଆ ବାବୁ ଯେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ତାଙ୍କୁ ଟାଣି ଆଣିବାକୁ ସାହସ କଲେ?
ଅଣ ଓଡ଼ିଆ ବାବୁଙ୍କ ଉପରେ ମୋହନଙ୍କ କାର୍ଯ୍ୟନୁଷ୍ଠାନ ଦେଖି ପ୍ରତିଶୋଧ ନେବା ପାଇଁ ହୋଇଛି କି କିଛି ବଡ ଷଡ଼ଯନ୍ତ୍ର?
ବଳକା ରହିଥିବା ଅଣ ଓଡ଼ିଆ ବାବୁମାନେ ତଳପଦସ୍ଥ ଓଡ଼ିଆ କର୍ମଚାରୀଙ୍କୁ ହଇରାଣ କରିବାକୁ କରୁଛନ୍ତି କି ରିତିମତ ଷଡଯନ୍ତ୍ର?
କେବଳ ପୋଲିସ ବିଭାଗ ନା ଅନ୍ୟ ବିଭାଗରେ ଏମିତି ଅତ୍ୟାଚାରୀ ଅଣ ଓଡ଼ିଆ ଅଧିକାରୀ ଅଛନ୍ତି?
ଅଣ ଓଡ଼ିଆ ଅଧିକାରୀଙ୍କ ସହ ଓଡ଼ିଆ ଲୋକ କାମ କରିବା କଣ ଏବେ ସୁରକ୍ଷିତ ନୁହେଁ କି?
ରାଜେଶ ପଣ୍ଡିତଙ୍କୁ ନିଲମ୍ବନ କରି ମୋହନ ସରକାର ବଡ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ସତ କିନ୍ତୁ ଅନ୍ୟ ବିଭାଗ ଗୁଡିକରେ ତଦନ୍ତ ହେବା ଦରକାର। ଜାଣି ଶୁଣି ଅଣ ଓଡ଼ିଆ ଅଧିକାରୀ ମାନେ ଏଭଳି କିଛି ଷଡ଼ଯନ୍ତ୍ର କରୁଛନ୍ତି କି ନାହିଁ ତାହା ଜାଣିବା ଦରକାର। ଯଦି ଏଭଳି କିଛି ହେଉଥିବ ତେବେ କଥା ସରିଲା। ଓଡ଼ିଆ ଅସ୍ମିତା ଉପରେ ବଡ ପ୍ରହାର କରି ପାରନ୍ତି ଏହି ଅଣ ଓଡ଼ିଆ ବାବୁମାନେ। ମୋହନ ସରକାର ଏହି ଅଣ ଓଡ଼ିଆ ବାବୁଙ୍କ ଉପରେ ଲଗାମ ଲଗେଇବା ସହ ଖସି ଯିବାର ସବୁ ବାଟ ବନ୍ଦ କରି ଦିଅନ୍ତୁ ବୋଲି ସାଧାରଣରେ ଦାବି ଉଠିଛି। ତେବେ ଦେଖାଯାଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କି ପଦକ୍ଷେପ ନେଉଛନ୍ତି।

Spread the love