94

ପାରାଦୀପର ରିଫାଇନାରି ନିକଟ ନଦୀକୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର!

ପାରାଦୀପ: ପାରାଦୀପ ସ୍ଥିତ ଷଣ୍ଡକୁଦ ବସ୍ତି ଅଞ୍ଚଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ମାଛ ଧରିବାକୁ ଯାଇଥିବା ବ୍ୟକ୍ତି ଦ୍ଵାରା ଶିଶୁ ପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି। ଶିଶୁପୁତ୍ର ଟିକୁ ପ୍ରଥମେ ମେଡିକାଲରେ ଭର୍ତି କରା ଯିବା ପରେ ମେଡିକାଲ ରୁ ଶିଶୁ ସୁରକ୍ଷା ବିଭାଗ କୁ ହସ୍ତାନ୍ତର ହୋଇଥିବା ଜଣାପଡିଛି । ଗତ ଶନିବାର ବିଳମ୍ବିତ ରାତ୍ରିରେ ଷଣ୍ଢକଦ ବସ୍ତିର ଶେଷ ମୁଣ୍ଡରେ ଥିବା ଘେରି ରୁ ମାଛ ଧରିବାକୁ ଯାଇଥିଲେ ଉତ୍କଳେନ୍ଦୁ ବେରା।

କାନରେ କୁଆଁ କୁଆଁ ସବ୍ଦ ଶୁଣି ଦେଖିବାରୁ ତଳେ ଏକ ଶିଶୁପୁତ୍ର ପଡିଛି ।ସଦ୍ୟଜାତ ଶିଶୁପୁତ୍ର କୁ ଦେଖି ଉତ୍କଳେନ୍ଦୁ ତାକୁ ଘରକୁ ଆଣି ରାତିସାରା ତାର ସେବା ଯତ୍ନ ମଧ୍ଯ କରିବା ପରେ ସକାଳୁ ସ୍ଥାନୀୟ ଆଶା ଦିଦି ଅଞ୍ଜନା ତ୍ରିପାଠୀ ଙ୍କ ସହାୟତରେ ଅଠରବାଙ୍କୀ ମେଡିକାଲରେ ଭର୍ତି କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗ କୁ ମେଡିକାଲ କର୍ତ୍ତୁପକ୍ଷ ହସ୍ତାନ୍ତର କରିଛନ୍ତି। ତେବେ ଏ ଶିଶୁ ପୁତ୍ର କାହାର ତାକୁ କିଏ ଫୋପାଡି ଚାଲିଗଲା | ତାକୁ ନେଇ ଏବେ ଚାଲିଛି ଖୋଳତାଡ଼ ଚାଲିଥିବା ବେଳେ ଶିଶୁପୁତ୍ର ଟିକୁ ଉତ୍କଳେନ୍ଦୁ ନିଜେ ରଖିବା ପାଇଁ ଚାହୁଁ ଥିବା କହିଛନ୍ତି।

Spread the love