41

ପ୍ରକୃତିର ପ୍ରାରମ୍ଭ ତାଣ୍ଡବକୁ ଖାତିର ନକରି ବର୍ଷାରେ ଭିଜି ଭିଜି ଡ୍ୟାମର ସ୍ଥିତି ଯାଞ୍ଚ କଲେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ!

ରଣପୁର: ବର୍ଷାରେ ଭିଜି ଭିଜି ଭେଟବର ଡ୍ୟାମ ପରିଦର୍ଶନ କଲେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ l ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ମୂଳକ କାମ ଆଗରେ ବାଧା ସାଜିପାରିଲାନି ବର୍ଷା, ପ୍ରବଳ ବର୍ଷାକୁ ଖାତିର ନକରି ଚାଲି ଚାଲି ବୁଲି ଡ୍ୟାମର ସ୍ଥିତି ପରିଦର୍ଶନ କଲେ ଏବଂ ଲୋକଙ୍କ ସହ କଲେ ଆଲୋଚନା

 

୧୯୭୮ ମସିହାରେ ରଣପୁର ବ୍ଲକର ବନ୍ଦମୁଣ୍ଡା ପଂଚାୟତରେ ନିର୍ମାଣ ହୋଇଥିବା ଭେଟବର ଡ୍ୟାମ କାଳକ୍ରମେ ମାଟିରେ ପୋତି ହୋଇ ଜଳଧାରଣା କ୍ଷମତା ହାସ ପାଉଥିଲା,ଫଳରେ ଡ୍ୟାମ ଉପରେ ନିର୍ଭର କରୁଥିବା ୭ ପାଞ୍ଚୟତର ଲୋକେ ଚାଷ କାର୍ଯ୍ୟ କରିବାରେ ଅସୁବିଧା ଭୋଗୁଥିଲେ l ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଡ୍ୟାମର ସ୍ଥିତି ଯାଞ୍ଚ କରିବା ପରେ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l ପୁନର୍ବାର ନିଜ ଜମିରେ ସୁନାର ଫସଲ ଫଳାଇ ଦୁଇପାଇସା ଲାଭ ଆଶାରେ ରହିଥିବା ବେଳେ ଖୁବ ଶୀଘ୍ର ଡ୍ୟାମର ପୁନଃଉଦ୍ଧାର କରାଯିବ ବୋଲି କହିଛନ୍ତି ବାଚସ୍ପତି

Spread the love