33

ଲଗାତାର ପେଟ୍ରୋଲ ପମ୍ପ ଡକାୟତି କରି ଆତଙ୍କ ସୃଷ୍ଟି କରିଥିବା ୧୦ ଜଣିଆ ଡକାୟତ ଗିରଫ୍!

ସମ୍ବଲପୁର : ଏସ୍ ପି ସମ୍ବଲପୁର ଙ୍କ ତଥ୍ୟ ଅନୁଯାଇ ନିକଟରେ ୧୦ ଜଣିଆ ଡକାୟତ ଦଳ ନାମରେ ୨୧ ଟି କେସ୍ ହୋଇଛି । ସେଥିମଧ୍ୟରୁ ସମ୍ବଲପୁର ରେ ୧୫ ଟି,ଦୁଇଟା ବରଗଡ, ବଲାଙ୍ଗୀର ଝାରସୁଗୁଡ଼ା ରେ ଗୋଟିଏ ଲେଖାଁଏ ଓ ଦୁଇଟା ସୁନ୍ଦରଗଡ ଜିଲ୍ଲାରେ କେସ୍ ରହିଛି ।ସେମାନଙ୍କ ଠାରୁ ୪୮୦ ଗ୍ରାମ ସୁନା ଅଳଙ୍କାର , ୧୬୫ ଗ୍ରାମ ରୂପା,୩୫ ଟି ରୂପା ମୁଦ୍ରା, ୫ ଲକ୍ଷ୍ୟ ୧୨ ହଜାର ନଗଦ ଟଙ୍କା , ୧୪ ଟି ମୋବାଇଲ , ୪ ଟି ବାଇକ୍ , ଗୋଟିଏ ସ୍କୁଟି,ଦୁଇ ବୋଲେରୋ , ଦୁଇ ଟ୍ରାକ୍ଟର ସହ ବିଭିନ୍ନ ପ୍ରକାର ର ମାରଣାସ୍ତ୍ର ଜବତ କରିଛି ସମ୍ବଲପୁର ପୋଲିସ ।

 

ଗିରଫ ୧୦ ଜଣ ହେଲେ ମଦନ ସୁନ୍ଦର ଖଡିଆ (୩୧ ବର୍ଷ), ସଚିନ ଖଡ଼ିଆ (୨୨ବର୍ଷ), ସଞୟ ଖଡ଼ିଆ (୨୦ ବର୍ଷ), ସୂଦରର୍ଶନ ଖଡ଼ିଆ (୨୮ବର୍ଷ), ବିକାଶ ଖଡ଼ିଆ (୧୯ ବର୍ଷ), ବୁଲୁ କନ୍ଧ (୨୦ ବର୍ଷ) , ସୁନୀଲ ମାଝୀ (୧୯ ବର୍ଷ), ଅନିଲ ମାଝୀ (୩୨ ବର୍ଷ), ଭୁବନ ଲୁହୂରା (୨୩ବର୍ଷ) ଓ ସ୍ବରାଜ ମେହେର ୨୪ ବର୍ଷ । ଏମାନଙ୍କ ଭିତରୁ ସଞୟ ଖଡ଼ିଆ,ମଦନ ସୁନ୍ଦର ଖଡିଆ ଓ ସୂଦରର୍ଶନ ଖଡ଼ିଆ ଙ୍କ ନାମରେ କ୍ରିମିନାଲ ମାମଲା ରହିଛି । ଏମାନେ ବିଷେଶ କରି ପେଟ୍ରୋଲ ପମ୍ପ, ରାଇସ୍ ମିଲ୍ ଓ ମଦ ଭାଟି କୁ ଟାର୍ଗେଟ କରୁଥିଲେ

Spread the love