80

ଡ଼ାଇରିଆ ରେ ଦୁଇ ମୃତ, ଅନେକ ଆକ୍ରାନ୍ତ,ଗ୍ରାମବାସୀ ଭୟଭୀତ!

ପାରାଦୀପ: ପାରାଦୀପ ଓ କୁଜଙ୍ଗ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଡାଇରିଆ ଆତଙ୍କ । ପାରାଦୀପ ଗଡ ଗ୍ରାମରେ ଗୋଟିଏ ପରିବାର ର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ପାରାଦୀପ ଗଡ଼ ଗ୍ରାମରେ ଖେଳିଯାଇଛି ଆତଙ୍କ l ଡାଇରିଆ ରେ ଆକ୍ରାନ୍ତ ହୋଇ ଦାଦା ଦ୍ଵିଜ ରାଉତ ଙ୍କ ମୃତ୍ୟୁର ୧୩ ଦିନରେ ପୁତୁରା ବିପିନ ରାଉତ ଙ୍କ ମୃତ୍ୟୁ ଘଟିବା ସହିତ ଝିଅ ଶିଳ୍ପା ରାଉତ ଡାଇରିଆ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି l ଦୁଇ ଦୁଇଟି ମୁଣ୍ଡ ଗଡିବା ପରେ ଉକ୍ତ ପରିବାର ପାଖରେ ପହଞ୍ଚିନି ପ୍ରଶାସନ କିମ୍ବା ମେଡିକାଲ ଟିମ l ଯାହାକୁ ନେଇ ପାରାଦୀପ ଗଡ଼ ଗ୍ରାମରେ ଅସନ୍ତୋଷ ଖେଳିଯିବା ସହିତ ଲୋକ ଅଜଣା ଆତଙ୍କ ରେ ଆତଙ୍କିତ ହୋଇପଡିଥିବା ଦେଖିବାକୁ ମିଳିଛି l

ଟିକିଏ ବର୍ଷା ହେଲେ ପାରାଦୀପ ଗଡ଼ ଗ୍ରାମର ରାଜରାସ୍ତା ରେ ବର୍ଷାପାଣି ସହିତ ଡ୍ରେନ ପାଣି ଲହଡି ଖେଳୁଥିଵା ବେଳେ ଜଳ ନିଷ୍କାସନ ର ବାଟ ନ ଥିବା କାରଣରୁ ମଶା, ଡାଆଁସ ବ୍ୟାପିବା ସହିତ ଅନେକ ଦୁରାରୋଗ୍ୟ ବ୍ୟାପୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି l ଯଥାଶୀଘ୍ର ରାସ୍ତାରେ ଜମିଥିବା ପାଣିକୁ ନିଷ୍କାସନ କରାଯିବା ସହିତ ପ୍ରଶାସନ ତରଫରୁ ଡାକ୍ତରୀ ଟିମ ପଠାଇ ଦାଦା, ପୁତୁରା ମୃତ୍ୟୁବରଣ କରିଥିବା ପରିବାର ର ସମସ୍ତ ସଦସ୍ୟଙ୍କ ଚିକିତ୍ସା କରିବା ସହିତ ଆଖପାଖ ପରିବାର ର ସଦସ୍ୟ ମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

Spread the love