263

ତୁହାକୁ ତୁହା ବର୍ଷାରେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ଚିକିତ୍ସାଳୟ ଗସ୍ତ!

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଭିନ୍ନ ଅବ୍ୟବସ୍ଥା କୁ ନେଇ କିଛିଦିନ ତଳେ ଜଗତସିଂହପୁର ର ନବନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ଚେତାବନୀ ଦେଇଥିଲେ। ଚିକିତ୍ସାଳୟ ରେ ସୁଧାର ଆଣିବାକୁ। ସେହିପରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ମାନଙ୍କ ସେବାରେ ଡାକ୍ତର ଙ୍କ ଅବହେଳା ଓ ଛୋଟ ଛୋଟ ରୋଗ ଏବଂ ନିରିହ ଓ ଅସହାୟ ରୋଗିଙ୍କୁ ଚିକିତ୍ସା ନ କରି କଟକ ରେଫର କରୁଥିବା ଖବର ପାଇଁ ଅଚାନକ ଭାବେ। ଚିକିତ୍ସାଳୟ ଗସ୍ତକରି ରୋଗିମାନଙ୍କ ସମସ୍ୟା ବୁଝିବା ସହିତ ରୋଗିମାନଙ୍କ ସହିତ କିଛି ସମୟ କାଟି ଥିଲେ । ସେହି ସମୟରେ ନଜରକୁ ଆସିଥିଲା ଜଣେ ଅସହାୟ ମହିଳା ରକ୍ତହୀନତା ରୋଗରେ ପିଡିତ ଥିବା ମହିଳାଙ୍କୁ କଟକ ରେଫର ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଜୁକ୍ତ ମନୋଜ କୁମାର ଭୋଇ ଡକ୍ଟରଙ୍କ ସହିତ ପରାମର୍ଶ କରି ଜଗତସିଂହପୁର ଚିକିତ୍ସାଳୟ ରେ ଚିକିତ୍ସା କରିବାକୁ କହିଥିଲେ। ଓ ପରେ ଆଇସିୟୁ ବନ୍ଦ ପଡିଥିବା ଦେଖି ଓ ଡାକ୍ତର ପଦବୀ ଖାଲିପଡ଼ିଥିବା ଏବଂ ଚିକିତ୍ସାଳୟ ରେ ଭଲ ଅଭିଙ୍ଗ୍ୟ ଡାକ୍ତର ପଦବୀ ଖାଲିପଡ଼ିଥିବା ଦେଖି । ଚିକିତ୍ସା ଅଧିକାରୀ ଙ୍କ ସହିତ କଥାବାର୍ତ୍ତା ହେବା କୁ ଯାଇଥିବା ବେଳେ ଡ଼ାକ୍ତର ସିଟିଂରେ ନଥିବା ଦେଖି ପଚରାଉଚରା ପରେ ଅଧିକାରୀ ମିଟିଙ୍ଗରେ ଥିବା ଜାଣି ଫେରିଯାଇଥିଲେ। ଚିକିତ୍ସାଳୟ ର ଏଭଳି ଅବ୍ୟବସ୍ଥା କୁ ନେଇ ବିରକ୍ତି ପ୍ରକାଶ କରିବା ସହିତ ଅଚାନକ ଚିକିତ୍ସାଳୟ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଥିଲେ

Spread the love