62

ଏକ୍ସପାରି ବଟିକା ଖାଈ ସ୍କୁଲ ପିଲା ଗୁରୁତର, ବିଦ୍ୟାଳୟ ପରିସରରେ ଉତ୍ତେଜନା!

ପାରାଦୀପ: ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ଉଠିଲା ପ୍ରଶ୍ନ? ଏକ୍ସପାୟରି ବଟିକା ଖାଈ ସ୍କୁଲ ପିଲା ଗୁରୁତର, ପାରାଦୀପ ମୁନିସିପାଲିଟି ଅଠରବାଙ୍କୀ ଲକପଡା ୟୁପି ସ୍କୁଲ ରେ ଘଟିଛି ଘଟଣା, ଅଠରବାଙ୍କୀ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ଅନେକ ପିଲା ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଙ୍କ ହୋହାଲ୍ଲା ସହିତ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି l ସ୍କୁଲ ର ଶତାଧିକ ପିଲାଙ୍କୁ ଖାଇବାକୁ ଦିଆଯାଇଛି ଆଇରନ ବଟିକା, ପାଇଁ ବର୍ତମାନ ସୁଦ୍ଧା ୩୦ରୁ ଉର୍ଧ୍ୱ ପିଲା ଅସୁସ୍ଥ ହୋଇପଡିଥିବା ବେଳେ ପିଲାମାନଙ୍କ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇବା,ପେଟ କାମୁଡିବା ସହିତ ବେକରେ ଫଳିଯାଉଥିବା ଭଳି ଲକ୍ଷଣ ଦେଖିବାକୁ ମିଲାଇଛି ଓ ଅନ୍ୟ ପଟରେ ଗୁରୁତର ହୋଇଥିବା ପିଲାମାନଙ୍କର ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ଜାରି ରହିଛି l ଯେହେତୁ ଏକ୍ସପାରି ମେଡ଼ିସିନ ଖାଇଛନ୍ତି ତେବେ ପିଲାମାନଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖାଯାଉଥିବା ନେଇ ପ୍ରକାଶ କରିବା ସହିତ ସେମାନଙ୍କ ଚିକିତ୍ସା ଜାରି ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି l ଆଜି ବିଦ୍ୟାଳୟ ରେ ପିଲାମାନଙ୍କୁ ଆଇରନ ବଟିକା ଦେବାର କାର୍ଯ୍ୟକ୍ରମ ଥିବାରୁ ପିଲାମାନଙ୍କୁ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା l ଏହି ବଟିକା ଖାଇବା ପରେ କିଛି ପିଲା ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ କୁ ପଠାଇଥିବା ବେଳେ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରୁଥିବା ନେଇ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପ୍ରକାଶ କରିବା ସହିତ କିଛିଦିନ ହେବ ମେଡ଼ିସିନ ଆସିଥିଲା ତେଣୁ ପିଲାମାନଙ୍କୁ ଆମେ ଖାଇବାକୁ ଦେଇଥିଲୁ ବୋଲି ପ୍ରକାଶ କରିଛନ୍ତି l ତେବେ ବିଦ୍ୟାଳୟ ତରଫରୁ ଯେଉଁ ଆଇରନ ବଟିକା ପିଲାମାନଙ୍କୁ ଦିଆଯାଇଥିଲା ଏହା ୧୦୨୧ ମସିହାରୁ ଏକ୍ସପାୟରୀ ହୋଇଯାଇଥିଵା ନେଇ ଅଭିଭାବକ ମାନେ ପ୍ରକାଶ କରିବା ସହିତ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଜାରି ରହିଛି l

Spread the love