115

ସୁବୋଧ କୃଷ୍ଣ ମିଶନ ପକ୍ଷ ରୁ ଗୁରୁପୂର୍ଣ୍ଣିମା ପାଳନ!

ବେଦ ବିଦ୍ୟା ର ପୁରୋଧା ଗୁରୁ ବ୍ୟାସ ଦେବ ଙ୍କ ଜନ୍ମଦିନ ତଥା ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଆଧ୍ୟାତ୍ମିକ ଅନୁଷ୍ଠାନ ସୁବୋଧ କୃଷ୍ଣ ମିଶନ ଅନୁକୁଲ୍ୟ ରେ,କଟକ ସି ଡି ଏ ସ୍ଥିତ ସେକ୍ଟର ୧୦ ରେ ଥିବା ସୁବୋଧ କୃଷ୍ଣ କୁଟୀର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଗୁରୁ ପୂର୍ଣ୍ଣିମା ପାଳନ କରାଗଲା

ମହୋତ୍ସବଟି ଆଧ୍ୟାତ୍ମିକ ପରିବେଶ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ୫୬ଭୋଗ ପ୍ରସାଦ ଆୟୋଜନ ହୋଇଥିଲା। ମା ସୁଭଦ୍ରା ଙ୍କ ବାଡଗ୍ରାହୀ ଶ୍ରୀ ରାମଚନ୍ଦ୍ର ଦାସ୍ ମହାପାତ୍ର ଓ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ଯୋଗ ଦେଇ ବ୍ୟାସ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ର ତାତ୍ପର୍ଯ୍ୟ ସମ୍ପର୍କ ରେ ଅବଗତ କରାଇଥିଲେ।ଜଷ୍ଟିସ ଏମ୍ ଆର୍ ମହାନ୍ତି,ଟ୍ରଷ୍ଟି ଲିଙ୍ଗରାଜ ଖାଡଙ୍ଗା,ଜଗନ୍ନାଥ ମନ୍ଦିର ସଭାପତି,ବିନୟ କୁମାର ନାୟକ, ସମ୍ପାଦକ ଦୀପକ୍ ରାଜ୍ ଙ୍କ ସମେତ ଅନେକ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ ଏହି ଅଧ୍ଷତିମାକ କାର୍ଯ୍ୟ କ୍ରମ ରେ ଉପସ୍ଥିତ୍ ରହି ଗୁରୁ ପୂଜା ସହ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Spread the love