ବିଧାନସଭା: ଯୋଜନାବଦ୍ଧ ଭାବେ ମୋହନଙ୍କୁ ଅପଦସ୍ତ କରୁଛି ବିଜେଡି। ବିଧାନସଭା ଆରମ୍ଭରୁ ଗୃହ ତ୍ୟାଗ କଲେ ନବୀନ। ରାଜ୍ୟ ପାଳଙ୍କ ରାଗ ମୋହନଙ୍କ ଉପରେ ଝଡେଇଲେ ବିରୋଧୀ। ଆକ୍ରାମଣାତ୍ମକ ଭୂମିକାରେ ବିରୋଧୀ । ଆଜି ସପ୍ତଦଶ ବିଧାନସଭ ଆରମ୍ଭ ହୋଇଥିବା ବେଳେ ରାଜ୍ୟପାଳ ଅଭିଭାଷଣକୁ ବିରୋଧ କରିଛନ୍ତି ବିରୋଧୀ । ଗୃହରେ ଆରମ୍ଭରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ଓଡ଼ଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ବୋଲି ଜଣା ପଡ଼ିଛି।
ରାଜ୍ୟପାଦଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ମାରିଛି ଅଭିଯୋଗ ପରେ ବି ନିଆଯାଇନି କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଉପରେ ଅଡି ବସିଛନ୍ତି ବିରୋଧୀ। ଓଡ଼ିଆ ଅସ୍ମିତା କଥା ଉଠାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡ଼ା ହେଇ ପ୍ରତିବାଦ କରିଥିଲେ। ଏହାପରେ ନବୀନଙ୍କ ସମେତ ସମସ୍ତ ବିରୋଧୀ ଗୃହ ତ୍ୟାଗ କରିଥିଲେ। ୨୪ ବର୍ଷ ସରକାରରେ ରହିଥିବା ବିଜେଡି ଏବେ ବିରୋଧୀ ହୋଇ ସରକାରଙ୍କୁ ଘେରିବାକୁ ନାନା ଫନ୍ଦି କାଢୁଛି। ଓଏଏସଙ୍କ ଘଟଣାର ତଦନ୍ତ ହେଉଥିବା ସତ୍ୱେ ବିଜେଡି ଓ କଂଗ୍ରେସର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଉଛି। ତେବେ ଦେଖାଯାଉ ଅଗୁ କଣ ପଦକ୍ଷେପ ନେଉଛନ୍ତି ମୋହନ।