ବିଜେଡି ମୁହଁ ଭାଙ୍ଗିଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଖୋଲା ମଞ୍ଚରେ ବିଜେଡି ମହତ ସାରିଦେଲେ ମହତାବ। ଦିନେ ବିଜେଡି ତାଙ୍କୁ ଜେଲ ପଠେଇବାକୁ ଯୋଜନା କରିଥିଲା ହେଲେ ଆଜି ସେ କହିଦେଲେ ବିଜେଡିର କେଉଁ କେଉଁ ନେତା ଜେଲ୍ ଯିବେ। ବିଜେଡି ନେତାଙ୍କୁ ଜେଲ ପଠେଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜେଲ ସେଲ୍ ବଢେଇବା ପାଇଁ ମୋହନଙ୍କୁ ଅନୁରୋଧ କରିଛନ୍ତି ଭର୍ତ୍ତୃହରି। ରତ୍ନଭଣ୍ଡାର ସହ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରସଙ୍ଗକୁ ନେଇ ପୂର୍ବ ସରକାରଙ୍କୁ ଘେରିଛନ୍ତି ମହତାବ।
ନିଶ୍ଚିନ୍ତକୋଇଲିରେ ଆୟୋଜିତ ଏକ କାର୍ଯ୍ୟକ୍ରରେ ବିଜେଡି ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ବିଜେପି ସାଂସଦ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅଛି ବୋଲି କହିଛନ୍ତି । ଏବେ ଅଳିଆ ହଟେଇବାକୁ ପଡ଼ିବ। ସମସ୍ତଙ୍କୁ ଜେଲ ପଠାଇଲେ ଜେଲର କଠୋରୀ ଅଭାବ ପଡିବ । ତେଣୁ ଆସନ୍ତା ବଜଟେର ଜେଲ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କହିଥିଲେ।
ଆମଓଡିଶା ନବୀନ ଓଡ଼ିଶା, ଫାଇଭ –ଟି ଯୋଜନାରେ ଖୋଳତାଡ ସହ କାର୍ଯ୍ୟନୁଷ୍ଠାନ ହେଉ ବୋଲି ମହତାବ କହିଛନ୍ତି। କାଲି ବାଲେଶ୍ଵର ସାଂସଦ ଆଉ ଆଜି କଟକ ସାଂସଦଙ୍କ ମୁହଁରୁ ଏଭଳି କଥା ଶୁଣି ଲାଗୁଛି ବିଜେଡି ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବେ ମୋହନ ସରକାର।
ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋଦୀ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ। ଏବେ ତାହା ପୂରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କୋଉ ନେତାଙ୍କୁ କୋଉ ଜେଲ୍ ରେ ରହିବାକୁ ପଡ଼ୁଛି।