ଜଗତସିଂହପୁର ଏରସମା: ଏରସମା ତହସିଲ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ମୌଜା ପେଟ୍ରୋକେମିକାଲ କଂପ୍ଲେକ୍ସ ପାଇଁ ୧୫୩ ଏକର ୨୭ ଡିସିମିଲି୍ ଜମି ଅଧିଗ୍ରହଣ ନିମନ୍ତେ କଙ୍କରଦିଆ ନିଲକଣ୍ଠେଶ୍ବର ଶିବ ମନ୍ଦିର ପଡ଼ିଆରେ ଆଜି ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଆୟୋଜିତ ଜନଶୁଣାଣୀ ଶିବିରରେ ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତି ମହାନ୍ତି ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା,ସ୍ଵତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଚିତ୍ତରଞ୍ଜନ ପିଲା ,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍, ସହକାରୀ ଇଡକୋ ଅଧିକାରୀ ପୁରସ୍ତମ ଦାସ ପ୍ର ମୁଖ ଯୋଗଦେଇଥିଲେ। କ୍ଷତିଗ୍ରସ୍ତ ହେବାକୁ ଥିବା ଚାଷୀମାନେ ଗୋପୀନାଥ ସାମନ୍ତରା ,ପ୍ରଦାୟିନୀ ମହାନ୍ତି ,ଆରୀକ୍ଷିତ ପରିଜା ,ନିରଞ୍ଜନ ପରିଡା ,ଅଭୟ ସାମଲ ,ଚରଣ ସ୍ବାଇଁ ,ବାବାଜୀ ସାହୁ ,ପ୍ରଭାତ ରାଉତ ,ରଞ୍ଜନ ସ୍ବାଇଁ ,ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୁଖ ବହୁ ଚାଷୀ ମତାମତ ପ୍ରଦାନ କରିଥିଲେ। ୨୦୧୩ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ଜମିର ମୁଲାୟନ କୁ ବିରୋଧ କରିଥିଲେ ଓ ବିଗତ ଦିନରେ ପାରାଦୀପ ଅଞ୍ଚଳରେ ଶିଳ୍ପ କାରଖାନା ପାଇଁ ଜମି ଦେଇ ପରବର୍ତ୍ତୀ ସମୟରେ ଚାଷୀ ମାନେ ପ୍ରତାରିତ ହେଉଥିବା ଅଭିଯୋଗ କରିଥିଲେ ଏବଂ ଜୀବନ ଜୀବିକା ହରେଇ ଥିଲେ ଓ ଆହୁରି ମଧ୍ୟ ଚାଷୀ ମାନେ ଅଭିଯୋଗ ଆଣିଥିଲେ ଯେ, ଆମ ଅଞ୍ଚଳରେ ଚାରିପଟେ କମ୍ପାନୀ ଆମୋ ଦୁଗନ୍ଧରେ ରହିବା କଷ୍ଟକର ହେଇପଡୁଛି ସାଧାରଣ ଚାଷୀଟେ ତାର ଜମିକୁ ହରାଇ ସବୁଦିନ ପାଇଁ ଦାଣ୍ଡର ଭିକାରି ହେବ ଆମେ ଜମି ଦବୁ ଆମ ଜମିରେ କମ୍ପାନୀ ପ୍ରତିଷ୍ଠା ହେବ ବାହାର ରାଜ୍ୟରୁ ଆସି ଚାକିରୀ କରିବେ ଆମ ପିଲା ଦାଦନ ଖଟିବାକୁ ବାହାରକୁ ଯିବେ ଅତିତରେ ଆମକୁ ପ୍ରତିଶ୍ରୁତି ଦେଇ କମ୍ପାନୀ ପ୍ରତାରିତ କରିଛି କହି କେତେକ ଚାଷୀ ପ୍ରକଳ୍ପ ନିମନ୍ତେ ଜମି ନଛାଡିବାକୁ ମତ ଦେଇଥିବା ବେଳେ,କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ,ନିଶ୍ଚିତ ନିଯୁକ୍ତି ଓ ଅଞ୍ଚଳର ଶିକ୍ଷା,ସ୍ଵାସ୍ଥ୍ୟ ଏବଂ ଗମନାଗମନ ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ସହିତ ଏକର ପ୍ରତି ୫ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଗଲେ ପ୍ରକଳ୍ପ ପାଇଁ ଜମି ଛାଡିବେ ବୋଲି କହିଥିଲେ। ଚାଷୀ ମାନଙ୍କର ଏ ସମ୍ପର୍କିତ ସମସ୍ତ ମତାମତକୁ ଆଧାରକରି ଉପସ୍ଥିତ ଅଧିକାରୀ ମାନେ ସମସ୍ତ ମତାମତକୁ ଜିଲ୍ଲା ପାଳଙ୍କୁ ଅବଗତ କରାଯିବ ବୋଲି କହିଥିଲେ।
61