ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କାଣ୍ଡପଡା ପଞ୍ଚାୟତ ଅନ୍ତର୍ଗତ ଖଇରଢିପ ନୂଆସାହି ଗ୍ରାମର ଚନ୍ଦ୍ର ଶେଖର ପୃଷ୍ଟି ଓ ତାଙ୍କ ସ୍ତ୍ରୀ ସୁକାନ୍ତି ଦେଇ। ଚନ୍ଦ୍ରଶେଖର କିଡିନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅର୍ଥ ଅଭାବରୁ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ କରିଛନ୍ତି କେତେ ଯୋଜନା ଆଉ ଏହି ଯୋଜନା ଲାଗି ରାଜ କୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି କିନ୍ତୁ ଏହି ଯୋଜନା ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚିଛି ନା ନାହିଁ ତାହା ଏହି ଚିତ୍ର କୁ ଦେଖିଲେ ବାରି ହୋଇ ପଡ଼ୁଛି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ,ଖଣ୍ଡେ ଚିରାଜରି ପାଲ ସାହାରା ସାଜିଛି। ଜୀବଯନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଘର କବାଟ ବଦଳରେ ବନ୍ଧା ହୋଇଛି ପଲିଥିନ ଓ ସିମେଣ୍ଟ ଜରି।ଯେଉଁଠି ରୋଷେଇ କରୁଛନ୍ତି ସେଇଠି ମାଟି ଉପରେ ଶୋଉଛନ୍ତି। ଖରା, ବର୍ଷା,ଶୀତ ସବୁବେଳେ ଏହି ଝାଟି ମାଟି ଘର ଏମାନଙ୍କ ଲାଗି ପାଲଟିଛି ସାହାରା।ଏହି ଅବସ୍ଥା ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୨୦ ବର୍ଷ ଧରି ଏଭଳି ଅବସ୍ଥାରେ ରହୁଛନ୍ତି। ନିର୍ବାଚନ ସମୟର ନେତା ଭୋଟ ମାଗିବାକୁ ଆସନ୍ତି ଓ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଗଲା ପରେ ଏହି ଅଭାବୀ ପରିବାରକୁ ଭୁଲି ଯାଆନ୍ତି।
ବାରମ୍ବାର ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ପରିବାର।
ତେବେ ଏଠି ପ୍ରଶ୍ନ ଉଠିଛି ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ ଓ କାହିଁକି ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ।ତେବେ ଏହି ଖବର ପ୍ରସାରଣ ପରେ କିଭଳି ସହାୟତା ମିଳୁଛି ତାହା ଦେଖିବାକୁ ବାକି ରହିଲା।
81