କେନ୍ଦ୍ରାପଡ଼ା: “କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର”, ଚାଷୀ ଭାଇ ଦୁନିଆ କୁ ଯୋଗାଉଛି ଆହାର। ଏହି କଥା ର ଯଥାର୍ଥ କୁ ଅନୁଧ୍ୟାନ କରି ରାଜନଗର ବ୍ଲକ ଈଶ୍ୱର ପୁର ପଂଚାୟତ ର ଜୁନୁସ ନଗର ଗ୍ରାମ ର ଚାଷୀ ଚନ୍ଦ୍ରଶେଖର ମାନ୍ନା, ନିଜର ୩ ଏକର ଜମିରେ ଜୈବିକ ଉପାୟରେ ଚାଷ କରି ବିବିହ୍ନ ପ୍ରକାର ପନି ପରିବା ଯଥା ବାଇ ଗଣ,ଭେଣ୍ଡି, କଲରା,ଲଙ୍କା, କାକୁଡି, ଝୁଡ଼ଙ୍ଗ, ପୋଇ,ଜନହିଁ,ଆମ୍ବ,ପିଜୁଳି, ସପେଟା,ଜାମୁ ଡାଳ, ଡାଳିମ୍ବ, ନଡ଼ିଆ, ଆଖୁ,ଆପଲେ ବେରି, କାଗିଜି ଲେମ୍ଭୁ,ଡ୍ରାଗନ ଫ୍ରୁଟ ସହ ବିଭିନ୍ନ ଫଳ ବାଡ଼ିରେ ଚାଷ କରିଛନ୍ତି । ଏହା ସହ ସେ କୁକୁଡ଼ା, ଛେଳି, ବତକ, ଓ଼ ପୋଖରୀରେ ମାଛ ଚାଷ କରି ପରିବାର ପ୍ରତି ପୋଷଣ କରିବା ସହ ବେଶ ଲାଭବାନ ହୋଇପାରିଛନ୍ତି । ଚନ୍ଦ୍ରଶେଖର ଅଳ୍ପ ପାଠ ପଢି ଥିଲେ ମଧ୍ୟ ନିଜର ବୃଦ୍ଧି ଓ଼ ଅକାଳନ୍ତ ପରିଶ୍ରମ ଓ଼ ନିଜ ବାପାଙ୍କର ପ୍ରେରଣା ରେ ନିଜେ ଆଗକୁ ବଢିବା ସହିତ ନୂତନ ଯୁବ ପିଢ଼ି ପାଇଁ ଏକ ଉଦାହରଣ ଖଟାଇ ପାଲଟି ଛନ୍ତି । ଚନ୍ଦ୍ରଶେଖର ଙ୍କ କହିବା ଅନୁଯାୟୀ କୌଣସି କୃଷି ଭିତିକ ପ୍ରଶିକ୍ଷଣ ବିନା ସେ ଏପରି କାର୍ଯ୍ୟ ନିଜର ବୃଦ୍ଧି ଖଟାଇ କରି ପାରିଛନ୍ତି । ତାଙ୍କୁ ଯଦି କୌଣସି ସରକାରୀ କୃଷି ଭିତିକ ପ୍ରଶିକ୍ଷଣ ବା ସରକାରୀ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଆର୍ଥିକ ସହ ଯୋଗ ଯୋଗେଇ ଦିଆ ଯାଆନ୍ତା ସେ ନିଶ୍ଚିତ ଅଧିକ ଊନତ ମାନର ଚାଷ କରି ପାରନ୍ତେ। ଗତ ଅକ୍ଷୟ ତୃତୀୟା ଦିନ ଯୁବ ଭାରତ କୁଷକ ସଂଘ କେନ୍ଦ୍ରାପଡ଼ା ତରଫରୁ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ରାଜ୍ୟ କୁଷକ ମାନଙ୍କ ସମାବେଶ ରେ ଶ୍ରୀ ଚନ୍ଦ୍ରଶେଖର ମାନ୍ନାଙ୍କୁ ରାଜନଗର ବ୍ଲକର ସଫଳ ଚାଷୀ ଭାବେ ମାନପତ୍ର, ପୁଷ୍ପଗୁଚ୍ଛ ଓ଼ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।
135