ଜଗତସିଂହପୁର: ଦୁଇଟି ନୀରିହ ଛୁଆଙ୍କୁ ଛାଡି, ରସିକିଆ ପ୍ରେମିକ ସହ ରାସ ରଚୁଥିଲେ ରସବତୀ ରାଧିକା ଧନ ଓ ମାଂସ ଲୋଭୀ ରସିକିଆ ଦୁଃଶ୍ଚରିତ୍ର ବିବାହିତ ପୁରୁଷ ଭାଙ୍ଗି ଦେଲା ସୁନାର ସଂସାର
କାନ୍ଦୁଛନ୍ତି ଦୁଇ ପିଲା, ମୁଣ୍ଡ ପିଟୁଛି ସ୍ବାମୀ,
ହେଲେ ଇନଷ୍ଟାରେ ନାଚ କରୁଛି ମଡନ ଯୁଗର ସଡନ୍ ସ୍ତ୍ରୀ ।
ଦେଖିଲେ ତ ଦର୍ଶକବନ୍ଧୁ, ଏ କଳି ଯୁଗ ଉର୍ବଶୀ କେମିତି ମନୋରଞ୍ଜନକାରିଣୀ ସାଜିଛନ୍ତି । ବାସୁଦେବ ପୁରର ଏ ଆନିନ୍ଦ୍ୟ ସୁନ୍ଦରିଙ୍କ ମହୁ ବର୍ଷା ଏଇଠି ସରିନି । ରାତା ରାତି ଜିଲ୍ଲା ପାର୍ ହୋଇ ପହଞ୍ଚିଲେ ଜଗତସିଂପୁର ପ୍ରେମିକ ତନ୍ମୟ ପଣ୍ଡାଙ୍କ ପାଖରେ । ପୁର୍ବତନ ସ୍ୱାମୀଙ୍କ ପାଇଁ ଛାଡି ଦେଇ ଗଲେ ଏକ ଭିଡିଓ ମେସ୍ଜ ଉପହାର । ତେବେ ଏ ଗନ୍ଧର୍ବ ସୁନ୍ଦରୀ ରାତ୍ରୀ ମୋହିନୀଙ୍କ ଚର୍ଚ୍ଚିତ ଘଟଣାକୁ ନେଇ ପୂର୍ବତନ ସ୍ବାମୀ ସରୋଜ ନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଆଉ ଏ ବହୁ ନାରୀ ସମ୍ପର୍କୀତ ପ୍ରେମିକ ପ୍ରବର ତନ୍ମୟ ପଣ୍ଡା ଜଣକ ନିଜର ସୁଢଳ ଓ ଆକର୍ଷିତ ବଡି ଦେଖାଇ, ରିଲ୍ସ ରଙ୍ଗବତୀମାନଙ୍କୁ ଆଲବମ୍ କୁଇନ୍ ଓ ସିନେମାର ହିରୋଇନ କରାଇ ଦେବାର ଲାଳସା ଦେଇ ଫସେଇ ଦିଅନ୍ତି ବୋଲି ଅନେକ ଅଭିଯୋଗ ହୁଏ । ଏ ନାରୀ ଲୋଭି ମଣିଷଟି ନିଜ ପ୍ରେମ ଜାଲରେ ଫସାଇ ଅନେକ ପରିବାରକୁ ନଷ୍ଟ କରିଛି ବୋଲି ଶୁଣିବାକୁ ମଳିୁଛି । ଆଉ ଏବେ ଠିକ୍ ସେମିତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଜଳର ସରୋଜ ନାୟକଙ୍କ ପତ୍ନୀ ଶୁକାନ୍ତି, ଗାୟତ୍ରି ବା ବର୍ତ୍ତମାନର ଇତିଶ୍ରୀଙ୍କୁ ଫସାଇ ରିଲ୍ସ କୁଇନ୍ରୁ ସିନେମା ହିରୋଇନ୍ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ମନୋଜ୍ ନାୟକଙ୍କ ପରିବାରରେ ନିଆଁ ଲଗେଇ ଦେଲେ। ଆଉ ସ୍ଥିତି ଏଭଳି ହେଲା ଯେ ପରକିଆ ପ୍ରୀତିରେ ଆତ୍ମ ବିଭୋରିତ ହୋଇ ସଂପୃକ୍ତ ମହିଳା ଜଣକ ୧୨ ବର୍ଷରେ ଝିଅ ଓ ୧୦ ବର୍ଷର ପୁଅ, ସ୍ଵାମୀ ଏବଂ ଶ୍ଵଶୁର-ସାସୁଙ୍କୁ ଛାଡ଼ି ପ୍ରେମ ବ୍ୟବସାୟୀ ନାରୀ ଅଳଙ୍କାର ଲୁଣ୍ଠନକାରି ପାଖକୁ ଯିବା ପାଇଁ ବାଉଳାଇ ହେଲେ । ଆଉ ଶେଷରେ ସ୍ୱାମୀ ମୁହଁରେ ଚୂନ କାଳୀ ବୋଳିଦେଇ ସ୍ବାମୀ ସରୋଜ ଘରେ ନଥିଲା ବେଳେ ଏକ ଭିଡ଼ିଓ ମେସେଜ୍ ଦେଇ ଚମ୍ପଟ୍ ମାରିଲେ ଆମୋଦ ପିପାସୀ ଲଜ୍ଜ୍ୟା ହୀନ ନାରୀ ଅପବିତ୍ର ଗାୟତ୍ରୀ ।
ପରବର୍ତ୍ତୀ ସମୟରେ ଗୁଗୁଲ୍ ଚର୍ଚ୍ଚିତ ପ୍ରେମୀ ଯୁଗଳ ଜଗତସିଂପୁର କୋର୍ଟ ରେ ଉଭୟ ବିବାହ କରି ମନ୍ଦିରରେ ରିଲ୍ସ୍ ପାଇଁ ଏକ ପ୍ରହସନ ଭିତ୍ତିକ ବିବାହ କରିଥିଲେ ।
ନିଜକୁ ଅବିବାହିତ ବୋଲି ଦର୍ଶାଇ ବିବାହ କରିଥିଲେ। କିନ୍ତୁ ବାସ୍ତବରେ ଦୁହେଁ ବିବାହିତ ଏବଂ ସେମାନଙ୍କର ପିଲା ଛୁଆ ପରିବାର ମଧ୍ୟ ରହିଛି । ତେବେ ମାନ୍ୟବର କୋର୍ଟଙ୍କୁ ଅନ୍ଧାରରେ ରଖି ସଭ୍ୟ ସମାଜର ଚରିତ୍ର ସଂହାର କରିଥିବା ପ୍ରେମୀ ଯୁଗଳଙ୍କୁ ତୀବ୍ର ନିନ୍ଦା କରିବା ସହିତ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରାଗଲାଣି ।