138

ସନାତନ ସଂସ୍କୃତିର ତଣ୍ଟି ଚିପିଲେ ଅହଂକାରୀ ମୁଖିଆ ରଥଯାତ୍ରାରେ ବିଭ୍ରାଟ କଲେ ଉଦ୍ଧତ ପ୍ରସାଶକ!

କୁଜଙ୍ଗ: ଗୌର ପଡ଼ା ଜଗନ୍ନାଥ ଟ୍ରଷ୍ଟ ପରିଚାଳନା କମିଟିର ମୁଖ୍ୟଙ୍କ ଦବଙ୍ଗ ଗିରୀ। ବାହୁଡା଼ ଯାତ୍ରାରେ ମହାପ୍ରଭୁଙ୍କ ପାଇଁ ରାସ୍ତା ମଝିରେ ପୋଲିସ ଉପସ୍ଥିତିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଟଣା ଓଟରା ଧସ୍ତାଧସ୍ତି ପରିସ୍ଥିତି। ଭଙ୍ଗ ହେଲା ଗ୍ରାମବାସୀଙ୍କ ଦୀର୍ଘ ୪୦ ବର୍ଷର ପରମ୍ପରା। ଠାକୁର ରାଜା ଓ ଗ୍ରାମବାସୀଙ୍କ କଥାକୁ ଅମାନ୍ୟ କରି ବଳ ପୂର୍ବକ ଭାବେ ଅସ୍ଥାୟୀ ଘରକୁ ତିନି ଠାକୁରଙ୍କୁ ନେଇଗଲେ ମନ୍ଦିର ଟ୍ରଷ୍ଟର ମୁଖ୍ୟ। ଉଭୟଙ୍କ ମଧ୍ୟରେ ଠେଲା ପେଲା ହାତାହାତି ପରିସ୍ଥିତିକୁ ନିୟନ୍ତ୍ରଣ କଲା କୁଜଙ୍ଗ ପୋଲିସ୍। ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ ମଲ୍ଲାସାହି ପଞ୍ଚାୟତ ତାଳଦଣ୍ଡା ରାସ୍ତା ମଝିରେ। ତେବେ ଗୌରପଡ଼ା କୁମ୍ଭାର ସାହିର ଲୋକ ମାନେ ଦୀର୍ଘ ୪୦ ବର୍ଷ ଧରି ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ପ୍ରତ୍ୟେକ ବର୍ଷ ରଥଯାତ୍ରାକୁ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି।

ପ୍ରତେକ୍ୟ ବର୍ଷ ରିତିନୀତି ଅନୁସାରେ ଗାଁର ପରମ୍ପରାକୁ ବଜାୟ ରଖିବା ସହ ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଭଉଣୀ ଶୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ ମାଙ୍କ ଘରକୁ ଯାଇ ବାହୁଡା଼ ଦିନ ନିଜ ମନ୍ଦିରକୁ ବିଜେ କରିଥାନ୍ତି।ମାତ୍ର ଚଳିତ ବର୍ଷ ଅର୍ଥାତ ଗତକାଲି ଜଗନ୍ନାଥ୍ ଟ୍ରଷ୍ଟ ପରିଚାଳନା କମିଟିର ମୁଖ୍ୟ ସଞ୍ଜୀବ କୁମାର ମୁଦୁଲି ,ଠାକୁର ରାଜା ସୁଦର୍ଶନ ମୁଦୁଲି ଓ ଗ୍ରାମବାସୀଙ୍କ କଥାକୁ ଅମାନ୍ୟ କରି ବଳ ପୂର୍ବକ ଭାବେ ସ୍ଥାୟୀ ମନ୍ଦିରକୁ ଠାକୁରଙ୍କୁ ନନେଇ ଅସ୍ଥାୟୀ ଘରକୁ ନେଇଯାଇଥିବା ଗଣମାଧ୍ୟମ ଜରିଆରେ ଠାକୁର ରାଜା ସୁଦର୍ଶନ ମୁଦୁଲି ଓ ଗ୍ରାମବାସୀ ମାନେ ଅଭିଯୋଗ କରଛନ୍ତି।

ତେବେ ମହାପ୍ରଭୁଙ୍କୁ ଏଭଳି ହତାଦର କରି ମନ୍ଦିର ଟ୍ରଷ୍ଟର ମୁଖ୍ୟ କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ? ଏଭଳି ଜୋର ଜବରଦସ୍ତ କରି ନୀତି ଭଙ୍ଗ କରିଥିବା ମୁଖିଆଙ୍କ ଉପରେ କଣ ପଦକ୍ଷେପ ନେଉଛି ପ୍ରସାଶନ ତାହା ଦେଖିବା ବାବକି ରହିଲା ।

Spread the love