101

ବାହୁଡା଼ ର ପରଦିନ କାହିଁକି ପାଳନ ହୁଏ ବଲଣ୍ଡା ରେ ବାହୁଡା଼ ଯାତ୍ରା !

ରାଉରକେଲା: ରାଉରକେଲା ବଲଣ୍ଡା ଏକ ଆଦିବାସୀ ଗ୍ରାମାଞ୍ଚଳ. ଏହି ଗାଁ ର ବାସିନ୍ଦା ମାନେ ବେଶୀ ଭଗବାନ ପ୍ରେମୀ, ଇଶ୍ୱର ବିଶ୍ୱାସୀ . ସାରା ବିଶ୍ୱ ର ଠାକୁର ଜଗତର ନାଥ ଜଗନ୍ନାଥ ଙ୍କୁ ନିଜ ଗାଁ ର ଇଷ୍ଠ ଦେବତା ମାନିଥାନ୍ତି. ରାଜା ମହାରାଜା ଙ୍କ ଅମଳ ରୁ ଏଠି ମହାପ୍ରଭୁ ଜଗନ୍ନାଥ ସପ୍ନଦେଶ ରେ ବେଦବ୍ୟାସ ର ବ୍ରହ୍ମଣୀ ନଦୀରୁ ଆସି ମହାପ୍ରଭୁ ଙ୍କ ସ୍ୱପ୍ନଦେଶ ଅନୁସାରେ ପୂଜାର ବିଧିବିଧାନ ହୋଇଥାଏ. ଆଜି ବି ମଧ୍ୟ କିଛି ପ୍ରେମୀ ଭକ୍ତ ଙ୍କ ଶରୀର ରେ ଆସି ବାବା ତାଙ୍କ ପୂଜାର୍ଚନା ର ପ୍ରକ୍ରିୟା କହିଥାନ୍ତି. ସେହି ପ୍ରଭୁଙ୍କର ନିର୍ଦେଶ ଅନୁସାରେ ଆଜିବି ରଥଯାତ୍ରା ହେଉ କି ବାହୁଡା, କି ପ୍ରଭୁଙ୍କ ସୁନାବେଶ ସବୁକିଛି ପୁରୀ ରେ ହେଉଥିବା ଆୟୋଜନ ର ପରଦିନ ଏଠାରେ ପାଳନ ହୋଇ ଥାଏ .

Spread the love