ରାଇଘର: ସ୍ୱାସ୍ଥ୍ୟବିଭାଗ ର ଭୁଲ ରିପୋର୍ଟ ଯୋଗୁଁ ଜଣେ ମହିଳା ଗର୍ଭବତୀ ସାଜିବା ସହ ୧୦ ମାସ ଧରି ମେଡିସିନଓ ଟୀକା ଦେଇ ନିଜର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଥିଲେ। କିନ୍ତୁ ଯେଉଁ ସମୟରେ ପ୍ରସବ ହେବ ସେହି ସମୟରେ ପେଟରେ ଛୁଆ ନାହିଁ କହି ହାତ ଟେକି ଦେଇଛି ସ୍ବାସ୍ଥ୍ୟ ବିଭାଗ। ଯଦି ପେଟରେ ଛୁଆ ନାହିଁ ତାହେଲେ ସ୍ବାସ୍ଥ୍ୟ ବିଭାଗ କ୍ରମାଗତ ମେଡିସିନ, ଟୀକାକରଣ କରୁଥିଲା କାହିଁକି ଓ ଜଣେ ନିରୀହ ମହିଳାଙ୍କ ଜୀବନ ସହ ଖେଳିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି?ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ପତ୍ରକୋଟି ସାହିରେ ,ଟଙ୍କ ହରିଜନଙ୍କ ଝିଅ ଦମୟନ୍ତି ହରିଜନ କଳାହାଣ୍ଡି ଜିଲ୍ଲାରେ ମଳୟ ନାୟକଙ୍କୁ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ ଦମୟତୀ ଗର୍ଭବତୀ ହେବା ପରେ ଝିଅକୁ ବାପା ଘର ଲୋକେ ରଖି ଚିକିତ୍ସା ଆରମ୍ଭ କରିଥିଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦମୟତୀ ଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସମ୍ପୃକ୍ତ ମହିଳା ଜଣକ ଗର୍ଭବତୀ ବୋଲି ଚିହ୍ନଟ ହେବା ପରେ ଟୀକା ପ୍ରଦାନ ସହ ଅଙ୍ଗନବାଡି କେନ୍ଦ୍ର ରୁ ଅଣ୍ଡା ଓ ପୃଷ୍ଟିକର ଖାଦ୍ୟ ଛତୁଆ ପ୍ରଦାନ କରାଯାଇଥିଲା।
ଜୁଲାଇ ୩୦ବଦଳରେ ଜୁଲାଇ ୧୨ ତାରିଖରେ ପ୍ରସବ ହେବା ନେଇ ଅବଗତ ପରେ ସେ ରାଇଘର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ପେଟରେ ଛୁଆ ନ ଥିବା ଜଣାପଡିବାପରେ ସଂପୃକ୍ତ ମହିଳାଙ୍କ ସହ ପରିବାର ଆଶ୍ଚର୍ଯ୍ୟ ହେବା ସହ ସ୍ବତନ୍ତ୍ର ଯାଞ୍ଚ କରିବାକୁ କହିଥିଲେ। ଉମରକୋଟ ଠାରେ ପୁଣି ଥରେ କିଟ୍ ଟେଷ୍ଟ ପରେ ମହିଳା ଗର୍ଭବତୀ ନ ଥିବା ସ୍ବାସ୍ଥ୍ୟ ବିଭାଗ ଅବଗତ କରିଛି। ତେବେ ଯଦି ସମ୍ପୃକ୍ତ ମହିଳା ଗର୍ଭବତୀ ନଥିଲେ ତାହେଲେ ମା ଓ ଶିଶୁ ସୁରକ୍ଷା କାର୍ଡରେ ପଞ୍ଜିକରଣ କରାଗଲା କାହିଁକି ଓ ମାସ ମାସ ଧରି ଔଷଧ ସହ ଟୀକା ପ୍ରଦାନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି,ଉକ୍ତ ଘଟଣାରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡ଼ିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଯଦି ପେଟରେ ଛୁଆ ନ ଥୁଲା ତାହେଲେ ଆଜି ପର୍ଯ୍ୟନ୍ତ ଛୁଆ ଠିକ୍ ଥିବା କହି ଟୀକା ଓ ଔଷଧ ସେବନ କରିବାକୁ ବିଭାଗ କାହିଁକି ନିର୍ଦ୍ଦେଶ ଦେଇଥିଲା। ସ୍ତ୍ରୀଙ୍କ ଜୀବନ ସହ ସ୍ବାସ୍ଥ୍ୟ ବିଭାଗ ଖେଳିଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି ମହିଳାଙ୍କ ସ୍ବାମୀ ମଳୟ ନାୟକ ।