ଜଗତସିଂହପୁର: ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ କରାଟି ଓ କୁବୁଡୋ ସ୍କୁଲ ପକ୍ଷରୁ ନବ ନିର୍ବାଚିତ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ଏହି ଅବସରରେ ଏକ ସଭାକାର୍ଯ୍ୟ ସ୍କୁଲ ର ଉପସଭାପତି ମଳୟ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ସାମ୍ନାନୀତ ଅତିଥିଭାବେ ଶ୍ରୀମତୀ କଳ୍ପନା ସର୍ଜନସିଂ, ନରେନ୍ଦ୍ର କୁମାର ବେହେରା ଯୋଗଦେଇଥିଲେ ଓ ଅଶୋକ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ l ପରିସରରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆତ୍ମରକ୍ଷା କୌଶଳ ଦେଖାଇ ଥିଲେ l ହେଲେ କଣ ହେବ କୁବୁଡୋ ସ୍କୁଲର କରାଟି ରେ ପିଲାମାନେ ଆଜି ଦେଶ ବିଦେଶରେ ନାଁ ଅର୍ଜନ କରି ଆମଦେଶ ଓ ଜଗତସିଂହପୁର ଜିଲ୍ଲାର ଗୌରବ ସାଉଁଟି ଆଣୁଥିବା ବେଳେ।ଆମ ଜିଲ୍ଲା ପ୍ରସାସନ ଙ୍କ ଆଖିରେ ଅନ୍ଧପୁଟୁଳି ବନ୍ଧା ହେଇଛି । ପିଲାଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା କରାଯାଉ ନାହଁ। ଆଜି ପର୍ଯ୍ୟନ୍ତ ସେମାନଙ୍କ ଶିକ୍ଷା ପାଇଁ ନା ଘର ଅଛି। ନା ଶିଖିବା ପାଇଁ କୌଣସି ସାମଗ୍ରୀ ଖୋଲା ଆକାଶ ତଳେ ଚାଲିଛି ଅଧ୍ୟୟନ । ଯେଉଁ ମାନେ ଦେଶର ଗୌରବ ସେମାନଙ୍କ ପାଇଁ ପ୍ରଶାସନ ର କଣ ଦାୟିତ୍ୱ ନାହଁ। ।ଯଦି ଅଛି ତ କାହିଁକି ସେମାନଙ୍କୁ ଶିକ୍ଷା ପାଇଁ ଗୋଟେ ଘର ଦିଆଯାଉ ନାଁହି ଏବଂ ଦିଆଯାଇଥିବା ଘର ସେମାନଙ୍କ ଠାରୁ ଛଡ଼ାଇ ନିଆଗଲା ଜାହାକୁ ନେଇ ବିଧାୟକଙ୍କୁ କୁବୁଡୋ ସ୍କୁଲପକ୍ଷରୁ ଆଜି ସମ୍ବର୍ଧନା ଦିଆଯାଉଥିବା ବେଳେ। ପିଲାମାନଙ୍କର ଦୟନୀୟ ଅବସ୍ଥାରେ ଶିଖିବା ଘଟଣା ଜାଣି ଦୁଃଖ ଓ ବିରକ୍ତି ପ୍ରକାଶ କରିବା ସହିତ।ଖେଳ ବିଭାଗର କର୍ତ୍ତୃପକ୍ଷ ଙ୍କୁ ନିବେଦନ କରିଛନ୍ତି ତୁରନ୍ତ ପିଲାମାନଙ୍କୁ ଶିକ୍ଷା ପାଇଁ ଦିଆଯାଇଥିବା ଘର ଫେରାଇ ଦିଆଯାଉ ବୋଲି ଜଣାଇଛନ୍ତି।ତେବେ ଦେଖିବାର ଅଛି ପିଲାମାନଙ୍କର ଅଭିଯୋଗ କେବେ କାର୍ଯ୍ୟକାରୀ ହେଉଛି
32