ଉମରକୋଟ: ସାଧାରଣତଃ ବର୍ଷା ଦିନ ଆସିଲେ ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ, ଯକ୍ଷ୍ମା, କୁଷ୍ଠ ଭଳି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ! ଏହି ରୋଗ ଗୁଡିକ ଠାରୁ ରକ୍ଷା ପାଇବା ପାଇଁ ସରକାର ତଥା ପ୍ରଶାସନ ତରଫରୁ ଅନେକ ସ୍ୱାସ୍ଥ୍ୟ ଶିବିର ଗୁଡିକ କରାଯାଇଥାଏ! ଏହି ଶିବିର ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରୀକ୍ଷା କରି ରୋଗୀ ମାନଙ୍କୁ ଔଷଧ ପ୍ରଦାନ କରନ୍ତି! ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୱାର୍ଡ ନଂ ୮ ରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ବଜରଙ୍ଗଦଳ, ବିଶ୍ୱ ହିନ୍ଦୁ ପରିଷଦ,ଦୁର୍ଗାବାହିନୀ ତରଫରୁ ନିଃଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା! ଏହି ଶିବିର ରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ର ଶିଶୁ ପ୍ରସୂତି ବିଶେଷଜ୍ଞ ଡ଼ଃ ସୁମନ୍ତ ରାଉଳ, ଡ଼ଃ ସବ୍ୟସାଚି, ପୂଜାତିଗୁଡା ମେଡିକାଲ ର ଡ଼ଃ ଅଲି ପ୍ରମୁଖ ଉପସ୍ଥିତ ରହି ରୋଗୀ ଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ବିଭିନ୍ନ ରୋଗରୁ କିଭଳି ମୁକ୍ତ ରହିବେ ସେ ବିଷୟରେ ସୁଚାଇ ଥିଲେ!ଏହି ପଦକ୍ଷେପ କୁ ସବୁ ଦିଗରୁ ପ୍ରଶଂସା ହେଉଥିବା ବେଳେ ସେହି ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଏକ ନଳକୂଅ ରହିଛି ଏବଂ ସେଠାରେ ପାଣି ଜମା ରହିଥିବା ଦେଖିବାକୁ ମିଳିଛି! ଯଦି ଗୋଟିଏ ଜାଗାରେ ପାଣି ଜମା ରହିବ ତାହାହେଲେ ସେଠାରେ ବିଭିନ୍ନ ଜୀବାଣୁ ଜନ୍ମ ନେବା ସହ ଲୋକଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ ରହିବ!ନଳକୂଅ ର ପାଣି ଯିବାପାଇଁ ବାଟ ନାହିଁ କି ସାମ୍ନାରେ କୌଣସି ଡ୍ରେନ ନାହିଁ ପାଣି ଯିବ କୁଆଡେ? ଠିକାଦାର ଓ ଯନ୍ତ୍ରୀ ଙ୍କୁ କିଛି ଦେଖାଗଲା ନାହିଁ କି ବୋଲି କିଛି ଲୋକ ପ୍ରଶ୍ନ ଉଠାଉଥିବା ଶୁଣିବାକୁ ମିଳିଛି!ବର୍ତମାନ ସେହି ନଳକୂଅ ର ପାଣି କିପରି ଅନ୍ୟ ସ୍ଥାନକୁ ଯିବ ସେ ବିଷୟରେ ପୌର ପରିଷଦ ତୁରନ୍ତ ଧ୍ୟାନ ଦେବା ଉଚିତ ନଚେତ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହୋଇପାରନ୍ତି!
46