38

ସରକାରୀ ଆଦୀବାସୀ ଓ ଜଙ୍ଗଲ ଜମିକୁ ଜବରଦଖଲ ଓ ଦୁର୍ନୀତି କୁ ନେଇ ଆକ୍ସନମୋଡ଼ ରେ ଜିଲ୍ଲାପାଳ

ଜଗତସିଂହପୁର: ହଁ ଆଜ୍ଞା ଜଗତସିଂହପୁର ବ୍ଲକ ଅଧିନ ପଲ୍ଲି ପଞ୍ଚାୟତ ରେ ବିଜେଡି ର ଦିର୍ଘ ୨୫ ବର୍ଷରେ କିଭଳି ଅନ୍ଧାରି ହିଟଲର ଶାସନ କରୁଥିଲେ। ସରକାର ବଦଳିବା ପରେ ଦୁର୍ନିତୀଖୋର ଙ୍କ ଗୁମର ଖୋଲିଲେ ଗ୍ରାମବାସୀ। ଓ ସିଧା ଜିଲାପାଳ ଙ୍କୁ କଲେ ଅଭିଯୋଗ। ହଁ ଆଜ୍ଞା ବିଜେଡି ସାଶନ କାଳରେ ପଲ୍ଲି ପଞ୍ଚାୟତ ରେ ହୋଇଛି ମହାଘୋଟଲା ଜାହା ଏବେ ଦାଣ୍ଡରେ ପଡି ହାଟରେ ପଡ଼ିଲାଣି ପୁର୍ବତନ ବିଜେଡି ବିଧାୟକ ଙ୍କ ଛତ୍ରଛାୟା ତଳେ ରହି ଖୋଦ ଜଣେ ବିଜେଡି ୱର୍ଡମେମ୍ବର ପଞ୍ଚାୟତ କାର୍ଯ୍ୟାଳୟ ଅଫିସ୍ ନିକଟରେ ଥିବା ସରକାରୀ ଆଦୀବାସୀ ଜଙ୍ଗଲ ଜମିକୁ ଜୋର ଜବରଦସ୍ତ ହାତେଇ ଥିବା ବେଳେ।ଓ ଅନ୍ୟପଟେ ପଞ୍ଚାୟତ ରେ କିଛି ବିଜେଡି ର ଚାଟୁକାର ନେତାମାନେ ନିମ୍ନମାନର କାମ କରି ସରକାରୀ ଅର୍ଥ ଲୁଟ କରିଛନ୍ତି। ଏବଂ ପଞ୍ଚାୟତ ରେ ଗରିବ ହିତାଧିକାରୀ ବାଦ ପଡି ବିଭିନ୍ନ କୋଟିପତି ଦଳିୟଭିର୍ତିରେ ରାସନ୍ କାର୍ଡ ହାତେଇଛନ୍ତି ଓ ଅନେକ ଝାଟିମାଟି ଘରେ ଖରା ବର୍ଷା ସହିତ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧୀକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି ଏଭଳି କି ସରକାରି କେନାଲ ବନ୍ଧରେ।ପରିବା ଚାଷ ଓ ଗୁଆ ନଡ଼ିଆ ଚାଷ କରିବା ସହିତ କେନାଲ ଅବରୋଧ କରି ଚାଷି ଙ୍କୁ ନାଲିଆଖି ଦେଖାଉଛନ୍ତି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରସାସନ ବିଜେଡି ପଲଙ୍କରେ ସୋଇକି ଘୁଙ୍ଗୁଡ଼ି ମାରୁଥିଲେ । ବର୍ତମାନ ବିଜେଡି ର ଅନ୍ତ ହେବାପରେ । ଜଗତସିଂହପୁର ନବନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଆସିବା ପରେ ଗ୍ରାମବାସୀ ଙ୍କ ମନରେ ଅସିମ ସାହାସ ଓ ବଳ ଭରିଦେଇଛି ।ଜାହାକୁ ନେଇ ପଲ୍ଲି ପଞ୍ଚାୟତ ରେ ବିଜେଡି ର ଦୃର୍ନିତିଖୋର ଙ୍କ ମୁଖା ଖୋଲିବା ସହିତ ଆଜି ଜିଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିବା ବେଳେ ଜିଲାପାଳ ଅନୁପ ସାହା ଜଗତସିଂହପୁର ତହସିଲଦାର ଓ ଫରେଷ୍ଟ ଅଧିକାରୀ ଙ୍କୁ ତୁରନ୍ତ ଜବରଦଖଲକାରୀ ଙ୍କ ହଟାଇ ୭ ଦିନ ଭିତରେ ସରକାରୀ ଜମିକୁ ନିଜ ଦଖଲକୁ ଆଣୀବାକୁ ନିର୍ଦେଶ ଦେଇଥିବା ଘଟଣା ବର୍ତମାନ ଜିଲାରେ ସରକାରୀ ଜମି ଜବରଦଖଲ କରିଥିବା ଲୋକଙ୍କ ମନରେ ଏକ ଭୟ ଶୃଷ୍ଟି କରିଛି।ତେବେ ଦେଖିବାର ଅଛି ଜଗତସିଂହପୁର ତହସିଲଦାର ଓ ଫରେଷ୍ଟ ଅଧିକାରୀ କେବେ ପଲ୍ଲି ପଞ୍ଚାୟତ ରେ ଜବରଦଖଲ କାରିଙ୍କ ଠାରୁ ସରକାରୀ ଜମି ଦଖଲକୁ ଆଣୁଛନ୍ତି। ଅନ୍ୟପଟେ ପ୍ରସାସନ ଦୁର୍ନୀତିଖୋର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି

Spread the love